ଭୁବନେଶ୍ବର: ଚଳିତ ମାସରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମହାସଚିବ ବି.ଏଲ୍ ସନ୍ତୋଷ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୧ ଓ ୨୨ ତାରିଖ ଦିନ କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ସର୍ଭେ ଓ ରିଭ୍ୟୁ କରିବାର ଯେଉଁ ପ୍ରକ୍ରିୟା ରହିଛି ତାକୁ ସେ ଅନୁଶୀଳନ କରିବେ ।
ସେହିପରି ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ ଚଳିତ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମକୁ ଆସିବା ସହ ସଙ୍ଗଠନକୁ ଦେଖିବାର କାର୍ଯ୍ୟକ୍ରମ ବି ସ୍ଥିର ହେଉଛି । ଚଳିତ ବର୍ଷକୁ ବିଜେପି ସଙ୍ଗଠନ କ୍ଷେତ୍ରରେ ଏକ ଫୋକସ ବର୍ଷ ଭାବେ ନେଇ ଚାଲୁଛି । ସୂଚନା ମୁତାବକ ବି.ଏଲ୍ ସନ୍ତୋଷ ସମ୍ଭବତଃ ଜୁନ’ ମାସ ମଧ୍ୟ ଭାଗରେ ଓଡ଼ିଶା ଆସିପାରନ୍ତି । ଏବେ ରାଜ୍ୟରେ ବିଜେପି ସଙ୍କଟ ଦେଇ ଗତି କରୁଛି । ଏପରି ସ୍ଥିତିରେ ତାଙ୍କ ଗସ୍ତ ନିଶ୍ଚିତ ଗୁରୁତ୍ବ ବହନ କରୁଛି ।
ଇଟିଭି ଭାରତ, ଭୁବନେଶ୍ବର