ETV Bharat / city

ବିଧାନସଭାରେ ପରୀ ପ୍ରସଙ୍ଗ: ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ଧାରଣାରେ ବସିଲେ ବିରୋଧୀ - ବିଧାନସଭାରେ ପରୀ ପ୍ରସଙ୍ଗ

ବିଧାନସଭାରେ ପୁଣି ହୋହାଲ୍ଲା । ଦୀର୍ଘ 6 ଦିନ ଧରି ପରୀ ହତ୍ୟା ପ୍ରସଙ୍ଗକୁ ନେଇ ବିରୋଧୀ ଗୃହ କାର୍ଯ୍ୟ ଚଲାଇ ଦେଉ ନାହାଁନ୍ତି । ଅଧିକ ପଢନ୍ତୁ...

ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ଧାରଣାରେ ବସିଲେ ବିରୋଧି

author img

By

Published : Nov 29, 2020, 12:15 PM IST

ଭୁବନେଶ୍ବର: ବିଧାନସଭାରେ ପୁଣି ହୋହାଲ୍ଲା । ଦୀର୍ଘ 6 ଦିନ ଧରି ପରୀ ହତ୍ୟା ପ୍ରସଙ୍ଗକୁ ନେଇ ବିରୋଧି ଗୃହ କାର୍ଯ୍ୟ ଚଲାଇ ଦେଉ ନାହାଁନ୍ତି । ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରି ବିରୋଧୀ ଆଜି ବି ହଟ୍ଟଗୋଳ ଜାରି ରଖିଛନ୍ତି । ଏହାସହ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ବିଜେପି ବିଧାୟକ ହୋହାଲ୍ଲା କରିବାରୁ ଗୃହକୁ ଦିନ 11 ଟା 30 ମିନିଟ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା ।

ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ଧାରଣାରେ ବସିଲେ ବିରୋଧି

ତେବେ ବିଜେପି ବିଧାୟକ କିନ୍ତୁ ଗାନ୍ଧୀ ପ୍ରତିମୂର୍ତ୍ତୀଙ୍କ ତଳେ ବସି ଧାରଣା ଦେଇଛନ୍ତି । ପରୀକୁ ନ୍ୟାୟ ଦାବି ଓ ଅରୁଣା ସାହୁଙ୍କ ନିଲମ୍ବନ ଦାବି କରି ବିଜେପି ବିଧାୟକ ନାରାବାଜି କରିଛନ୍ତି । ତେବେ ଏନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଶିଶୁଙ୍କ ଅଙ୍ଗ ବିକ୍ରି ରାକେଟ୍ ବଢିଚାଲିଛି । ଏଥିରେ ଅନେକ ନେତା ସମ୍ପୃକ୍ତ ଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.