ETV Bharat / city

ଯାଜପୁର ଏସପି ଓ ମହିଳା କମିଶନଙ୍କୁ ବହିଷ୍କାର କର: ବିରୋଧୀ ଦଳ ନେତା

author img

By

Published : Nov 2, 2019, 3:03 PM IST

ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁରୁ ପରଦା ହଟୁନଥିବାବେଳେ ତାଙ୍କ ପରିବାରକୁ ଭେଟିଥିବା ବିଜେପି ବିଧାୟକ ପ୍ରତିନିଧି ଦଳ ଆଜି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁର 15 ଦିନ ପରେ ବି ରହସ୍ୟ ଉପରୁ ପରଦା ହଟୁନି । ପୋଲିସ ଏହାକୁ ପ୍ରେମଜନିତ ଆତ୍ମହତ୍ୟା କହିଥିବାବେଳେ ଏହାକୁ ମାନିବାକୁ ନାରାଜ ସ୍ମିତାରାଣୀଙ୍କ ପରିବାର ସମେତ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ଗୁରୁବାର ପୀଡିତାଙ୍କ ପରିବାରକୁ ନ୍ୟାୟ ଦାବିରେ କଂଗ୍ରେସ ରାଜଭବନ ଘେରାଉ କରିଥିବାବେଳେ ଗତକାଲି (ଶୁକ୍ରବାର) ବିଜେପି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ତାଙ୍କ ପରିବାରକୁ ଭେଟିଥିଲେ ।

ଏପ୍ରସଙ୍ଗକୁ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସ୍ମିତାରାଣୀଙ୍କୁ ଷଡଯନ୍ତ୍ର କରି ମାରିଛନ୍ତି ବୋଲି ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ 302 ଦଫା ଲଗାଇ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ବିଧାନସଭା ଅଧିବେଶନକୁ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ନେତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏହାସହ ମହିଳା କମିଶନ ଓ ଯାଜପୁର ଏସପିଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି ବିରୋଧୀ ଦଳ ନେତା । ତୁରନ୍ତ ଉଭୟଙ୍କୁ ବହିଷ୍କାର କରିବାକୁ ସେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଅଭିଯୋଗ କରିଛନ୍ତି ଏସପି ଅସାମାଜିକ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ମୃତ ମହିଳାଙ୍କ ଚରିତ୍ର ସଂହାର କରିଛନ୍ତି ।

ପ୍ରଶ୍ନ ଉଠାଇଛନ୍ତି ବିବାଦ ଘେରକୁ ଆସିଥିବା ଗେଷ୍ଟ ହାଉସ ବେଆଇନ ଭାବେ ନିର୍ମିତ ହୋଇଥିଲା । ମାର୍ଚ୍ଚ 27, 2018ରେ ଗେଷ୍ଟ ହାଉସ ଉଛେଦ ନେଇ ତହସିଲଦାର ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି। କିନ୍ତୁ କାହିଁକି ରଙ୍ଗଶାଳାକୁ ଭଙ୍ଗା ଯାଇନଥିଲା ? ଏହା ସହ ବିଜେଡି ସରକାର ସମୟରେ ହୋଇଥିବା ବେବିନା ,ଇତିଶ୍ରୀ , କୋରାପୁଟରେ ହୋଇଥିବା ଘଟଣା କୁ ରାଜ୍ୟ ସରକାର କମିଶନ ନାମରେ ଶିତଳ ଭଣ୍ଡାରକୁ ଠେଲି ଦେଇଛନ୍ତି । ତେଣୁ ଏହି ଘଟଣା ସିବିଆଇ ତଦନ୍ତ ଜରୁରି ବୋଲି ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.