ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ କଡା ସମାଲୋଚନା କରିଛି ବିଜେପି । ବିଦେଶ ଗସ୍ତ କେଉଁ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା, ତାହା ରାଜ୍ୟବାସୀଙ୍କୁ ଜଣାନ୍ତୁ । ଏହା ଦାବି କରିଛନ୍ତି ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ ।
ବିଷ୍ଣୁ ଦାବି କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବିଦେଶ କାହିଁକି ଯାଇଥିଲେ ? ଇଟାଲୀ ଗସ୍ତ କାହିଁକି କରିଥିଲେ, ତାହା ଜନସାଧାରଣଙ୍କୁ ଶୁଣାନ୍ତୁ । କାହିଁକି ପୋପକୁ ଭେଟିଲେ ଶଙ୍କରାଚାର୍ଯ୍ୟଙ୍କୁ ଭେଟୁନାହାନ୍ତି ତାହା ଜଣାନ୍ତୁ । ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ଦୁବାଇରେ ଡାକୁଛନ୍ତି । ପୂର୍ବରୁ ଓଡ଼ିଶା ଓ ମୁମ୍ବାଇରେ କରିଥିଲେ, ତାହା କେତେ ସଫଳ ହୋଇଛି ? ଏ ସବୁ କେବଳ ସୂର୍ଯ୍ୟଙ୍କୁ ଲାଇଟ ଦେଖେଇବା କଥା । ବିଭାଗୀୟ ମନ୍ତ୍ରୀଙ୍କୁ ସାଙ୍ଗରେ ନେଉନାହାନ୍ତି । କେବଳ ଦଳେ ଆଇଏଏସ ଅଧିକାରୀ ଓ ନିଜର ପାଖ ଲୋକ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଷ୍ଣୁ ଚରଣ ସେଠୀ ।
ଇଟିଭି ଭାରତ, ଭୁବନେଶ୍ବର