ETV Bharat / city

ଓଡ଼ିଶାରେ ସୁନୀଲ ବଂଶଲ, ପ୍ରସ୍ତୁତ ହେବ ବିଜେପିର 2024 ରୋଡ ମ୍ୟାପ - ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲଙ୍କ ଓଡିଶା ଗସ୍ତ

ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲଙ୍କ ଓଡିଶା ଗସ୍ତ । ବଂଶଲଙ୍କ ଓଡିଶା ଗସ୍ତ ଉତ୍ସାହିତ କରିଛି ବିଜେପି ନେତାଙ୍କୁ । ବଂଶଲଙ୍କ ଓଡିଶା ଗସ୍ତ ଅବସରରେ ୨୦୨୪ ନିର୍ବାଚନ ଲାଗି ରୋଡ ମ୍ୟାପ ପ୍ରସ୍ତୁତ ହେବ ବୋଲି ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି । ଅଧିକ ପଢନ୍ତୁ

ଓଡ଼ିଶାରେ ବଂଶଲ, ପ୍ରସ୍ତୁତ ହେବ 2024 ରୋଡ ମ୍ୟାପ

author img

By

Published : Sep 5, 2022, 7:11 PM IST

ଭୁବନେଶ୍ବର: ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲଙ୍କ ଓଡିଶା ଗସ୍ତ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦୁଇ ଦିନିଆ ଗସ୍ତରେ ସେ ସଂଗଠନ ସହିତ ଜଡିତ ବୁଥ ସ୍ତରରୁ ରାଜ୍ୟ ସ୍ତରର ନେତାଙ୍କ ସହିତ ଆଲୋଚନା କରିବେ । ଏହା ସହ ୨୦୨୪ ନିର୍ବାଚନ ଲାଗି ରାଜ୍ୟ ବିଜେପିର ପ୍ରସ୍ତୁତି ନେଇ ସମୀକ୍ଷା କରିବେ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ମୋହନ ଚରଣ ମାଝୀ ।

ଓଡ଼ିଶାରେ ବଂଶଲ, ପ୍ରସ୍ତୁତ ହେବ 2024 ରୋଡ ମ୍ୟାପ

ମୋହନ କହିଛନ୍ତି, ଭାରତୀୟ ଜନତା ପାର୍ଟି ଏକ ନୀତି ଓ ଆଦର୍ଶର ଦଳ । କ୍ଷମତା ନୁହେଁ ସଂଗଠନକୁ ସୁଦୃଢ କରିବା ଦଳର ଲକ୍ଷ୍ୟ । ଏହା ସହ ଲୋକଙ୍କୁ ସଂଗଠନ ମାଧ୍ୟମରେ ସେବା ଯୋଗାଇ ଦେବାକୁ ଦଳ ପ୍ରତିଶୃତିବଦ୍ଧ । ଏହି ଆଧାରରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ ଆସିଛନ୍ତି । ସଂଗଠନକୁ ମଜବୁତ କରିବା ଲାଗି ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ । ଏହା ସହ ୨୦୨୪ ନିର୍ବାଚନ ଲାଗି ମଧ୍ୟ ରୋଡ଼ ମ୍ୟାପ ଚୂଡାନ୍ତ କରାଯିବ । ଏହା ୨୦୨୪ ମିଶନ ଲାଗି ପ୍ରଥମ ପ୍ରସ୍ତୁତି ପର୍ବ ହେବ । ଦୁଇ ଦିନ ଗସ୍ତରେ ସେ ସଂଗଠନ କିପରି ଅଛି, ଆଗାମୀ ଦିନରେ କିଭଳି ଶକ୍ତିଶାଳୀ ହେବ, ସେ ନେଇ ପରାମର୍ଷ ଦେବେ ଏବଂ ଖସଡ଼ା ପ୍ରସ୍ତୁତ ହେବ । ସଂଗଠନରେ ଥିବା ସମସ୍ତଙ୍କ ସହିତ ସେ ଆଲୋଚନା କରିବେ ।"

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ନିର୍ବାଚନୀ ଥୋପ: PCC ସଭାପତି

ଆଜି ଅପରାହ୍ନ ୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତେବେ ସେ ୨ ଦିନ ଧରି ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଓଡ଼ିଶାର ଦାୟିତ୍ବ ନେବାପରେ ସୁନୀଲ ବଂଶଲଙ୍କ ଏହା ହେଉଛି ପ୍ରଥମ କାର୍ଯ୍ୟକ୍ରମ । ବିଜେପି ପ୍ରଭାରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଶତାଧିକ ବିଜେପି କର୍ମୀ ସ୍ବାଗତ କରିଛନ୍ତି । ଆଗକୁ ୨୦୨୪ ନିର୍ବାଚନ ଆସୁଥିବାରୁ ଦଳର ରଣନୀତି ଉପରେ ବୈଠକରେ ଆଲୋଚନା ହେବ । ସେ ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଆଜି ଅପରାହ୍ନରେ ସୁନୀଲ ବଂଶଲ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତାଙ୍କ ସହ ପ୍ରାଥମିକ ଆଲୋଚନା କରିବେ । ରାଜ୍ୟର ସାଧାରଣ ସମ୍ପାଦକଙ୍କ ସହ ଦଳର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲୋଚନା କରିବେ ଏବଂ ଫିଡ଼ ବ୍ୟାକ ନେବେ । ସନ୍ଧ୍ୟାରେ ସୁନୀଲ ବଂଶଲଙ୍କର ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ଏବଂ ଆସନ୍ତାକାଲି କାଲି ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀଙ୍କ ସହ ସେ ଆଲୋଚନା କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.