ETV Bharat / city

Brajarajanagar Bypoll: ରାଧାରାଣୀଙ୍କ ବିଜୟ ପାଇଁ ସମସ୍ତେ ମିଳିମିଶି ଲଢିବୁ କହିଲେ ବିଧାୟକ ଜୟନାରାୟଣ

author img

By

Published : May 8, 2022, 3:33 PM IST

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଅଧିକ ପଢନ୍ତୁ

Brajarajanagar Bypoll: ରାଧାରାଣୀଙ୍କ ବିଜୟ ପାଇଁ ସମସ୍ତେ ମିଳିମିଶି ଲଢିବୁ କହିଲେ ବିଧାୟକ ଜୟନାରାୟଣ
Brajarajanagar Bypoll: ରାଧାରାଣୀଙ୍କ ବିଜୟ ପାଇଁ ସମସ୍ତେ ମିଳିମିଶି ଲଢିବୁ କହିଲେ ବିଧାୟକ ଜୟନାରାୟଣ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଘୋଷଣା କରାଯାଇଛି ପ୍ରାର୍ଥୀ । ରାଧାରାଣୀ ପଣ୍ଡାଙ୍କୁ ଦଳ ଦେଇଛି ଟିକେଟ । ରାଧାରାଣୀ ପଣ୍ଡା ବ୍ରଜରାଜନଗର ଉପ ନିର୍ବାଚନ ଲାଗି ସର୍ବଶେଷ୍ଠ ପ୍ରାର୍ଥୀ ହେଉଛନ୍ତି । ତାଙ୍କ ବିଜୟ ପାଇଁ ସମସ୍ତେ ମିଳିମିଶି ଲଢିବୁ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।

ସେ ପୂର୍ବରୁ ଉକ୍ତ ଅଞ୍ଚଳରେ ବିଧାୟକ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହା ସହ 2014 ମଧ୍ୟ ସେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ରାଧାରାଣୀଙ୍କୁ ଚୟନ କରିଛି କେନ୍ଦ୍ରୀୟ କମିଟି । ବରଗଡ଼ ସଂସଦୀୟ ଅଞ୍ଚଳରେ ଏବେ ସୁରେଶ ପୂଜାରୀ ଅଛନ୍ତି । ସେହି ଅଞ୍ଚଳରେ ବ୍ରଜରାଜନଗର ଯାଉଥିବାରୁ ଏହା ବିଜେପି ଜିତିବା ପାଇଁ ଗୋଟେ ଭଲ ସୁଯୋଗ ରହିବ ।

ଏହା ବି ପଢନ୍ତୁ- Brajarajanagar Bypoll: ରାଧାରାଣୀ ପଣ୍ଡା ହେଲେ ବିଜେପି ପ୍ରାର୍ଥୀ

ଏ ନେଇ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, "ରାଧାରାଣୀଙ୍କ ସମକକ୍ଷର ନେତା କେହି ଆଶାୟୀ ନଥିଲେ । ତାଙ୍କ ବିଜୟ ପାଇଁ ଆମେ ସମସ୍ତେ ମିଳିମିଶି ଲଢ଼ିବୁ । ହାରିଥିବା ଲୋକ ଜିତିବେ ନାହିଁ ବୋଲି, ସେମିତି କିଛି ମାନେ ନାହିଁ ।"

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.