ଭୁବନେଶ୍ବର: ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ବିବାଦୀୟ ବୟାନ ଦେଇଥିବା ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ ପୁଣି ବିବାଦୀୟ ବୟାନ ଦେଇଛନ୍ତି । ପୂର୍ବରୁ ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ ବିବାଦୀୟ ବୟାନ ଦେଇଥିଲେ ବିଷ୍ଣୁ ସେଠୀ ।
ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୋତେ ବାଧୁନାହିଁ ତେଲ ଦର । ତେଲ ରେଟରେ ଆଦାୟ ହେଉଥିବା ଅର୍ଥ ଲୋକଙ୍କ ବିକାଶରେ କାମରେ ଆସୁଛି । ତେଲଦର କମୁ । ଆବଶ୍ୟକ ପଡିଲେ ବଢୁ । ସାଧାରଣ ଲୋକ କାନ୍ଦୁନାହାଁନ୍ତି । ସାଧାରଣ ଲୋକ ବିଲକୁ ଯାଉଛନ୍ତି । ଯାହାକୁ ବାଧୁଛି ସେ ସାଇକେଲ ଚଲାଉ ବୋଲି କହିଛନ୍ତି ବଷ୍ଣୁ ସେଠୀ ।
ସେପଟେ ବିଷ୍ଣୁଙ୍କ ଯୁକ୍ତିକୁ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟାରେ କହିଛନ୍ତି ଯେ ଏ ଭଳି ଯୁକ୍ତି ଠିକ ନୁହଁ । ତୈଳ ଦର ବୃଦ୍ଧି ଲୋକଙ୍କୁ ବାଧିଛି ଏହା କି ଭଳି ହ୍ରାସ ହେବ ତାର ଆବଶ୍ୟକତା ରହିଛି । ଲୋକଙ୍କ ଏହା ନିଶ୍ଚିତ ଭାବରେ ବାଧିଛି । ବିଷ୍ଣୁଙ୍କ ସାଇକେଲକୁ ନେଇ ସେ ସାଇକେଲ ଚଲାଉଛନ୍ତି କି ପ୍ରଶ୍ନ କରିଛନ୍ତି । ସେ ନିଜ ଗାଁ କୁ ସାଇକେଲରେ ଯାଇ ପାରିବେ କି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ