ETV Bharat / city

ନିର୍ବାଚନକୁ ପ୍ରଭାବିତ କରିବା ଅଭିଯୋଗ, SECଙ୍କୁ ଭେଟିଲା ବିଜେପି

ବରଗଡ଼ ପଦ୍ମପୁର ଏନଏସି ଚେୟାରମ୍ୟାନ ପ୍ରାର୍ଥୀଙ୍କ ସ୍ବାମୀ ଏବିଡ଼ିଓ ଥିବାରୁ ନିର୍ବାଚନକୁ ପ୍ରଭାବିତ କରିବାର ଅଭିଯୋଗ ଆଣିଛି ବିଜେପି । ଏ ନେଇ ସେ SECଙ୍କୁ ଭେଟିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

author img

By

Published : Mar 15, 2022, 3:15 PM IST

ନିର୍ବାଚନକୁ ପ୍ରଭାବିତ କରିବା ଅଭିଯୋଗ, SECଙ୍କୁ ଭେଟିଲା ବିଜେପି
ନିର୍ବାଚନକୁ ପ୍ରଭାବିତ କରିବା ଅଭିଯୋଗ, SECଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି । ବରଗଡ଼ ଜିଲ୍ଲା ପଦ୍ମପୁର ଏନଏସିରେ ସାବିତ୍ରୀ ବାଗ ବିଜେଡିର ଚେୟାରମ୍ୟାନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଆଉ ପଦ୍ମପୁର ବ୍ଲକରେ ଅତିରିକ୍ତ ବିଡ଼ିଓ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କର ସ୍ବାମୀ ସୋନୁ ବାଗ । ଏଥିଲାଗି ନିର୍ବାଚନ ପ୍ରଭାବିତ ହୋଇପାରେ ବୋଲି ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ।

ଦୀର୍ଘ 3 ବର୍ଷରୁ ଅଧିକ ହେଲା ସେଠାରେ ସେ ଏବିଡିଓ ଅଛନ୍ତି ଏବଂ 8ରୁ 10 ବର୍ଷ ହେଲାଣି ଜିଲ୍ଲା ଭିତରେ କାର୍ଯ୍ୟ କରୁଛନ୍ତି । ତେଣୁ ଯେହେତୁ ସୋନୁ ବାଗ ଏବିଡିଓ ଅଛନ୍ତି ଓ ତାଙ୍କ ସ୍ତ୍ରୀ ବିଜେଡ଼ିରୁ ନିର୍ବାଚନ ଲଢୁଛନ୍ତି । ସେଥିପାଇଁ ନିର୍ବାଚନକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଏବିଡିଓ ସୋନୁ ବାଗଙ୍କୁ ତୁରନ୍ତ ବରଗଡ଼ ଜିଲ୍ଲାରୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.