ETV Bharat / city

ଆବାସ ଯୋଜନା କେଳେଙ୍କାରୀ, ରାଜ୍ୟପାଳଙ୍କ ପାଖେ ଫେରାଦ ଦେଲା ବିଜେପି

କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟପାଳଙ୍କ ପାଖରେ ଫେରାଦ ଦେଲା ବିଜେପି । ଅଧିକ ପଢନ୍ତୁ...

ଆବାସ ଯୋଜନା କେଳେଙ୍କାରୀ, ରାଜ୍ୟପାଳଙ୍କ ପାଖେ ଫେରାଦ ହେଲା ବିଜେପି

author img

By

Published : Jan 14, 2021, 2:54 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟପାଳଙ୍କ ପାଖରେ ଫେରାଦ ଦେଲା ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ହେଉଥିବା ବ୍ୟାପକ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି ।

ଆବାସ ଯୋଜନା କେଳେଙ୍କାରୀ, ରାଜ୍ୟପାଳଙ୍କ ପାଖେ ଫେରାଦ ହେଲା ବିଜେପି

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ବିରୋଧି ଦଳର ସଚେତକ ମୋହନ ମାଝୀ ଏବଂ ଅନ୍ୟ ଦଳୀୟ ବିଧାୟକ ମାନେ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଆବାସ ଯୋଜନା ଚୋରି ହେଉଥିବାରୁ ଗରିବଙ୍କ କ୍ଷତି ହେଉଛି ବୋଲି ବିଜେପି ଅଭିଯୋଗ ଆଣିଥିଲା । ହିତାଧିକାରୀଙ୍କ ଆବେଦନ ପତ୍ର ବ୍ଲକ ଅଫିସରେ ପଡ଼ିରହିଛି । ଏ ନେଇ ରାଜ୍ୟପାଳଙ୍କୁ ଜଣାଇଲୁ ବୋଲି ବିଜେପି କହିଛି ।

ଓଡିଶା ସରକାର ସାବତ ମା' ସାଜିଛି । ଘର ବାଣ୍ଟିବାରେ ପାତର ଅନ୍ତର କରାଯାଉଛି । ଦଳୀୟ ଭିତ୍ତିରେ ଘର ବଣ୍ଟା ଯାଉଛି । ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି 2022 ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ଛାତ କିନ୍ତୁ ସରକାର କରାଇ ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.