ETV Bharat / city

ସରକାରୀ ଅଫିସରଙ୍କ ନାଁରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି - ସରକାରୀ ଅଫିସରଙ୍କ ନାଁରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ବାଲେଶ୍ଵର ଉପନିର୍ବାଚନରେ ବିଜେଡିକୁ ଜିତାଇବା ପାଇଁ କାମ କରୁଛନ୍ତି ରିଟର୍ଣ୍ଣିଂ ଅଫିସର । ଏଭଳି ଅଭିଯୋଗ ନେଇ ଆଜି ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ଅଧିକ ପଢନ୍ତୁ...

ସରକାରୀ ଅଫିସରଙ୍କ ନାଁରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

author img

By

Published : Oct 24, 2020, 7:15 PM IST

ଭୁବନେଶ୍ବର: ବାଲେଶ୍ଵର ଉପନିର୍ବାଚନରେ ବିଜେଡିକୁ ଜିତାଇବା ପାଇଁ କାମ କରୁଛନ୍ତି ରିଟର୍ଣ୍ଣିଂ ଅଫିସର । ଏଭଳି ଅଭିଯୋଗ ନେଇ ଆଜି ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ।

ନିର୍ବାଚନ ଅଧିକାରୀଙ୍କ ନିକଟରେ ଦଳ ଅଭିଯୋଗ କରିଛି ଯେ, ଶାସକ ଦଳ ପକ୍ଷରୁ ବାରମ୍ବାର କୋଭିଡ ନିୟମର ଉଲ୍ଲଂଘନ ହେଉଥିଲେ ବି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସଦର ବ୍ଲକର ତହସିଲଦାର ନିଜ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ କରିଛି ଦଳ । ଏହାସହ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପୂର୍ବତନ ଜଗତସିଂହପୁର ଜିଲ୍ଲାପାଳଙ୍କ ନାଁରେ ମଧ୍ୟ ସମାନ ଅଭିଯୋଗ ଆଣିଛି ଦଳ । ଏପରିକି ବାଲେଶ୍ଵରରେ ମିଥ୍ୟା ବାଲାଟ୍ ଭୋଟିଂ କରିଥିବା ନେଇ ବିଜେପି ପକ୍ଷରୁ ପ୍ରମାଣ ଦିଆଯାଇଛି । ଏଥିସହିତ ପୋଷ୍ଟାଲ ବାଲଟ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

ତେଣୁ ତାଙ୍କୁ ନିର୍ବାଚନ ଦାୟିତ୍ବରୁ ନିବୃତ୍ତ ରଖିବା ପାଇଁ ଦାବି ହୋଇଛି । ଏହାସହ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଅନ୍ୟ ଜିଲ୍ଲାରେ ପୋଷ୍ଟିଂ ହୋଇଥିଲେ ମଧ୍ୟ ଏଠାରେ ବିଜେଡି ପାଇଁ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରିଛି ବିଜେପି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.