ଭୁବନେଶ୍ବର: ଭୋଟରଙ୍କୁ ସେମାନଙ୍କ ହକରୁ ବଞ୍ଚିତ କରୁଛନ୍ତି ରାଜ୍ୟ ସରକାର । ଚଳିତ ପଞ୍ଚାୟତ ନିର୍ବାଚନରେ କାର୍ଯ୍ୟ କରୁଥିବା ବିଭିନ୍ନ କର୍ମଚାରୀଙ୍କ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ରାଜ୍ୟ ସରକାର କିମ୍ବା ରାଜ୍ୟ ନିର୍ବାଚନ ଆୟୋଗଙ୍କ ତରଫରୁ କରାଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି ।
ଏନେଇ ବିଜେପି ପକ୍ଷରୁ ଏକ ଟିମ ଗଠନ କରାଯାଇ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି । ରାଜ୍ୟର ଶିକ୍ଷିତ ସମାଜ ସବୁବେଳେ ଭାରତୀୟ ଜନତା ପାର୍ଟି ସହ ରହିଛନ୍ତି । ତେଣୁ ବିଜେପିର ଭୋଟ କାଟିବାକୁ ଏହା ଚକ୍ରାନ୍ତ କରାଯାଇଛି ବୋଲି ମଧ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ