ଭୁବନେଶ୍ବର: ବିଜେପି କାର୍ଯ୍ୟକର୍ତ୍ତା ମନୋରଞ୍ଜନ ମେହେରଙ୍କୁ ଆକ୍ରମଣ ଘଟଣା । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ବିଜେପୁର ଉପନିର୍ବାଚନ ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ହସ୍ତକ୍ଷେପ କରିବାକୁ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ।
ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା । ତେବେ ଶନିବାର ବିଜେପି କାର୍ଯ୍ୟକର୍ତ୍ତା ମନୋରଞ୍ଜନ ମେହେରଙ୍କୁ ମରାଣାନ୍ତକ ଆକ୍ରମଣ ହୋଇଥିଲା । ତେଣୁ ନିରପେକ୍ଷ ତଦନ୍ତ କରି ଆକ୍ରମଣକାରୀକୁ ଗିରଫ କରିବାକୁ ଦଳ ଦାବି କରିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ