ETV Bharat / city

ବିଜେଡିକୁ ପରାସ୍ତ ପାଇଁ ଶ୍ରୀକ୍ଷେତ୍ରରୁ ଚକ୍ରବ୍ୟୁହ ରଚିଲା ବିଜେପି, ଜବାବ ରଖିଲା ବିଜେଡି

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାରେ କ୍ଷମତା ଦଖଲ କରିବ ବିଜେପି । ରାଜ୍ୟରେ ଚାଲିବ ଡବଲ ଇଞ୍ଜିନ ସରକାର । ବିଜେଡି ସରକାରକୁ କ୍ଷମତାଚ୍ୟୁତ କରି ରାଜ୍ୟରେ ନୂଆ ସରକାର ଗଠନ କରିବ ବିଜେପି । ଏଥିପାଇଁ ସଂଗଠନର ବିସ୍ତାର ସହ ରଣନୀତି ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । ଅଧିକ ପଢନ୍ତୁ

author img

By

Published : Sep 15, 2022, 9:14 PM IST

Etv Bharatବିଜେଡିକୁ ପରାସ୍ତ ପାଇଁ ଶ୍ରୀକ୍ଷେତ୍ରରୁ ଚକ୍ରବ୍ୟୁହ ରଚିଲା ବିଜେପି, ଜବାବ ରଖିଲା ବିଜେଡି

ଭୁବନେଶ୍ବର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାରେ କ୍ଷମତା ଦଖଲ କରିବ ବିଜେପି । ରାଜ୍ୟରେ ଚାଲିବ ଡବଲ ଇଞ୍ଜିନ ସରକାର । ବିଜେଡି ସରକାରକୁ କ୍ଷମତାଚ୍ୟୁତ କରି ରାଜ୍ୟରେ ନୂଆ ସରକାର ଗଠନ କରିବ ବିଜେପି । ଏଥିପାଇଁ ସଂଗଠନର ବିସ୍ତାର ସହ ରଣନୀତି ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । ଶ୍ରୀକ୍ଷେତ୍ର ପୁରୀରେ ଚାଲିଥିବା ରାଜ୍ୟ ଶାଖାର 3 ଦିନିଆ ପ୍ରଶିକ୍ଷଣ ଶିବିର ପରେ ଏମିତି ବୟାନ ଦେଇଛନ୍ତି ବିଜେପି ନେତା ଓ କର୍ମୀ ।

ବିଜେଡିକୁ ପରାସ୍ତ ପାଇଁ ଶ୍ରୀକ୍ଷେତ୍ରରୁ ଚକ୍ରବ୍ୟୁହ ରଚିଲା ବିଜେପି, ଜବାବ ରଖିଲା ବିଜେଡି

ଆଜି କାର୍ଯ୍ୟକ୍ରମର ଶେଷ ଦିନରେ ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ବିଏଲ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ ପ୍ରମୁଖ ସାମିଲ ହୋଇ ରାଜ୍ୟ ନେତାମାନଙ୍କୁ ମନ୍ତ୍ର ଦେବା ସହ ଦାୟିତ୍ବ ଦେଇଛନ୍ତି ।

ପ୍ରଶିକ୍ଷଣ ଶିବିରର ଶେଷଦିନରେ ଆଜି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, କେନ୍ଦ୍ରର ଯୋଜନାକୁ ହରିଲୁଟ କରୁଛି ବିଜେଡି । କେନ୍ଦ୍ରରୁ ଟଙ୍କା ଆସୁଥିଲେ ମଧ୍ୟ ଏହା ଲୋକଙ୍କ ପାଖରେ ପହଂଚି ପାରୁନାହିଁ । 2024ରେ ଆମେ କେନ୍ଦ୍ରର ଯୋଜନା କିପରି ଲୋକଙ୍କ ପାଇଁ ସହାୟକ ହୋଇଛି ଏବଂ ବିଜେଡି କିପରି ଦୁର୍ନୀତି କରୁଛି ସେ କଥାକୁ ନେଇ ଲୋକଙ୍କ ପାଖକୁ ଯିବୁ । ଭୋଟ ମାଗିବୁ । ଜନତା ଜାଣିଛନ୍ତି କେନ୍ଦ୍ର ସରକାର ସେମାନଙ୍କ ପାଇଁ କଣ କରିଛି ।

ଅନ୍ୟପଟେ ଏହାର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ବିଜେପିର କେନ୍ଦ୍ରୀୟ ନେତା ମନ୍ତ୍ରୀମାନେ ଓଡିଶା ଆସୁଛନ୍ତି । ପୁରୀରେ ପ୍ରଶିକ୍ଷଣ ଶିବିର ଚାଲିଛି । କିନ୍ତୁ ଏହାର କୌଣସି ପ୍ରଭାବ ରାଜ୍ୟବାସୀଙ୍କ ଉପରେ ପଡିବ ନାହିଁ । ମହତାକାଂକ୍ଷୀ ଯୋଜନା ଦ୍ବାରା ନବୀନ ସରକାର ଯେଉଁ ଲୋକପ୍ରିୟତା ଅର୍ଜନ କରିଛନ୍ତି 2024 ନିର୍ବାଚନରେ ତାର ପ୍ରତିଫଳନ ଦେଖିବାକୁ ମିଳିବ । ଏହି ପ୍ରଶିକ୍ଷଣ ଶିବିରର କୌଣସି ପ୍ରଭାବ ରହିବ ନାହିଁ ।"

ତେବେ 2024 ନିର୍ବାଚନ ପାଇଁ ଭିନ୍ନ ଢଙ୍ଗରେ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଏଥିପାଇଁ ରାଜ୍ୟ ପ୍ରଭାରୀଙ୍କ ସମେତ ଜଣେ କ୍ଷେତ୍ରୀୟ ପ୍ରଭାରୀ ଭାବେ ସୁନିଲ ବଂଶଲଙ୍କୁ ନିଯୁକ୍ତି ଦେଇଛି ଦଳ । ସବୁଠାରୁ ବଡ କଥା ହେଲା ବିଜେପିର ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ବିଏଲ ସନ୍ତୋଷ ଦୀର୍ଘଦିନ ପରେ ଓଡିଶା ଆସିଛନ୍ତି । ଲଗାତାର କେନ୍ଦ୍ରମନ୍ତ୍ରୀ ମାନେ ଓଡିଶା ଗସ୍ତ କରୁଛନ୍ତି । ଆଗାମୀ ଦିନରେ ଜାତୀୟ ସଭାପତି ମଧ୍ୟ ଆସିବେ । ଏପରି ସ୍ଥଳେ ବିଜେପି ଶକ୍ତିଶାଳୀ ବିଜେଡିକୁ କିଭଳି ଟକ୍କର ଦେଉଛି ଏବେ ତାକୁ ଅପେକ୍ଷା ।

ପୁରୀରୁ ଶକ୍ତି ପ୍ରଦାସ ମିଶ୍ରଙ୍କ ସହିତ ଭୁବନେଶ୍ବରରୁ ଲାଲମୋହନ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.