ETV Bharat / city

ପରୀ ମାମଲା: ଲୋକସେବା ଭବନ ସମ୍ମୁଖରେ ପୋଲିସ-ବିଜେପି ମହିଳା ମୋର୍ଚ୍ଚା ମୁହାଁମୁହିଁ - ଲୋକସେବା ଭବନରେ ବିଜେପି ମହିଳା ମୋର୍ଚ୍ଚା

ପରୀକୁ ନ୍ୟାୟ ଦାବି ନେଇ ଲୋକସେବା ଭବନରେ ପହଞ୍ଚିଲା ବିଜେପି ମହିଳା ମୋର୍ଚ୍ଚା । ପୋଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି । ଅଧିକ ପଢନ୍ତୁ...

ପରୀ ମାମଲା: ଲୋକସେବା ଭବନ ସମ୍ମୁଖରେ ପୋଲିସ-ବିଜେପି ମହିଳା ମୋର୍ଚ୍ଚା ମୁହାଁମୁହିଁ

author img

By

Published : Dec 31, 2020, 2:41 PM IST

Updated : Dec 31, 2020, 7:04 PM IST

ଭୁବନେଶ୍ବର: ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ଲୋକସେବା ଭବନରେ ଧସେଇ ପସିବାକୁ ଉଦ୍ୟମ କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ଫଳରେ ଲୋକସେବା ଭବନ ସାମ୍ନାରେ ମହିଳା ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ନେତୃତ୍ବରେ ମହିଳାକର୍ମୀମାନେ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ଭେଟିବା ପାଇଁ ଯାଉଥିବାବେଳେ ପୋଲିସ ସେମାନଙ୍କୁ ବାଧା ଦେବାରୁ ଘଟଣାସ୍ଥଳରେ ଧସ୍ତାଧସ୍ତି ପରିସ୍ଥିତି ଦେଖାଦେଇଛି ।

ପରୀ ମାମଲା: ଲୋକସେବା ଭବନ ସମ୍ମୁଖରେ ପୋଲିସ ଓ ବିଜେପି ମହିଳା ମୋର୍ଚ୍ଚା ମୁହାଁମୁହିଁ

ସେଠାରେ ଉପସ୍ଥିତ ପୋଲିସକର୍ମୀ ସେମାନଙ୍କୁ ବାଧା ଦେବା ଫଳରେ ବିଜେପି ମହିଳାକର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ସମସ୍ତ ମହିଳାକର୍ମୀଙ୍କୁ ପୋଲିସ ଲୋକସେବା ଭବନ ଆଗରୁ ଉଠାଇନେବା ସହ ମାତ୍ର 3 ଜଣ କର୍ମକର୍ତ୍ତାଙ୍କୁ ଲୋକସେବା ଭବନ ଭିତରକୁ ଯିବା ପାଇଁ ଅନୁମତି ଦେଇଥିଲା ।

ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଉପସଭାପତି ପ୍ରଭାତୀ ପରିଡା ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଲୋକସେବା ଭବନ ଯିବା ସହ ମୁଖ୍ୟଶାସନ ସଚିବ ଓ ଗୃହ ସଚିବଙ୍କୁ ଭେଟିଛନ୍ତି । ତେବେ ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଅଡିଓ ରେକଡିଂକୁ ଯାଞ୍ଚ କରାଯିବା ଏବଂ ପରୀ ମାମଲା ସିବିଆଇକୁ ହସ୍ତାନ୍ତର ଦାବି କରି ମୁଖ୍ୟଶାସନ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ବିଜେପି ମହିଳା ମୋର୍ଚ୍ଚା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 31, 2020, 7:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.