ETV Bharat / city

26 ରେ କଂଗ୍ରେସ ଓ 28 ରେ ବିଜେପି ବିଧାୟକ ଦଳ ବୈଠକ

author img

By

Published : Sep 17, 2020, 11:59 AM IST

Updated : Sep 17, 2020, 2:03 PM IST

ସେପ୍ଟେମ୍ବର 26 ତାରିଖରେ କଂଗ୍ରେସ ଓ 28ତାରିଖରେ ବସିବ ବିଜେପି ବିଧାୟକ ଦଳ ବୈଠକ । ବିଧାନସଭା ମୌସୁମୀ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତି କରିବେ ଉଭୟ ଦଳ । ଅଧିକ ପଢନ୍ତୁ...

26 ରେ କଂଗ୍ରେସ ଓ 28 ରେ ବିଜେପି ବିଧାୟକ ଦଳ ବୈଠକ
28ରେ ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ସେପ୍ଟେମ୍ବର 26 ତାରିଖରେ କଂଗ୍ରେସ ଓ 28 ତାରିଖରେ ବସିବ ବିଜେପି ବିଧାୟକ ଦଳ ବୈଠକ । ବିଧାନସଭା ମୌସୁମୀ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତି କରିବେ ଉଭୟ ଦଳ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିବାକୁ ଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ ।

26 ରେ କଂଗ୍ରେସ ଓ 28 ରେ ବିଜେପି ବିଧାୟକ ଦଳ ବୈଠକ

ତେବେ ବିଜେପି ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହିତ ଦଳର ସଭାପତି ମଧ୍ୟ ଉପସ୍ଥିତ ରହିବେ । ଦଳୀୟ କାର୍ଯ୍ୟାଳୟରେ ଏହି ବୈଠକ ବସିବ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇଛନ୍ତି ।

ବିଧାୟକ ଦଳ ବୈଠକ ପୂର୍ବରୁ ବିଜେପି ବିଧାୟକମାନଙ୍କ ସହ 20ତାରିଖରେ ଅନଲାଇନରେ ବୈଠକ ବସିବ ବୋଲି ଜଣାପଡିଛି ।

ସେପଟେ କଂଗ୍ରେସର ବୈଠକ ନେଇ ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି । ତେବେ ଉଭୟ ଦଳ କୋଭିଡ୍ ପରିଚାଳନା, ବନ୍ୟା ପ୍ରସଙ୍ଗ, କେନ୍ଦ୍ର ଟଙ୍କାର ରାଜ୍ୟ ଖର୍ଚ୍ଚ କରିନପାରିବା, ପ୍ରବାସୀ ଶ୍ରମିକ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 17, 2020, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.