ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନରେ ବଜୟୀ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଏହାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ରହିଛି । ଜନ୍ମମାଟି ରାଇରଙ୍ଗପୁରରେ ବି ଏହାର ଝଲକ ଦେଖିବାକୁ ମିଳିଥିଲା । ତୃତୀୟ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବହୁମତ ହାସଲ କରି ସାରିଛନ୍ତି ଦ୍ରୌପଦୀ ମୁର୍ମୁ । ଏବେ କେବେଳ ବିଧିବଦ୍ଧ ଘୋଷଣାକୁ ନେଇ ଅପେକ୍ଷା ରହିଛି ।
ଏହାକୁ ନେଇ ରାଜ୍ୟ ବିଜେପି ସଭାପତିଙ୍କ ସହ ଅନ୍ୟ ନେତାଏ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ରହିଥିଲା । ଦଳୀୟ ନେତା ପରସ୍ପରକୁ ମିଠା ଖୁଆଇ ନାଚି ଗାଇ ଉତ୍ସବ ପାଳିଥିଲେ । ପାରମ୍ପରିକ ବାଦ୍ୟରେ ଦୁଲୁକିଥିଲା ରାଜ୍ୟ ବିଜେପି କାର୍ଯ୍ୟାଳୟ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଅନ୍ୟ ରାଜ୍ୟ ସ୍ତରୀୟ ନେତା ଓ କର୍ମୀ ଉତ୍ସବରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର