ETV Bharat / city

Panchayat Election: ଡିଜିଟାଲରେ ଗାଁରେ ପହଞ୍ଚିବେ ଦିଲ୍ଲୀ ନେତା - ଡିଜିଟାଲ ମାଧ୍ୟମରେ ଗାଁରେ ପହଞ୍ଚିବେ ଦିଲ୍ଲୀ ନେତା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଚାର ପାଇଁ ଡିଜିଟାଲରେ ଲୋକଙ୍କ ନିକଟକୁ ପହଞ୍ଚାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Panchayat Election: ଡିଜିଟାଲ ମାଧ୍ୟମରେ ଗାଁରେ ପହଞ୍ଚିବେ ଦିଲ୍ଲୀ ନେତା

author img

By

Published : Feb 4, 2022, 6:28 PM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଜେପି ପକ୍ଷରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ଭର୍ଚ୍ଚୁଆଲ ବୈଠକ ଆୟୋଜିତ ହୋଇଛି । ଏଥିରେ ଘରକୁ ଘର ବୁଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରାଥମିକତା ଦେବା ଲାଗି ରାଜ୍ୟ ପଦାଧିକାରୀ, ସାଂସଦ, ବିଧାୟକ ପ୍ରାର୍ଥୀ ଓ ସବୁ ଜିଲ୍ଳା ପରିଷଦ ପ୍ରାର୍ଥୀଙ୍କୁ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Panchayat Election: ଡିଜିଟାଲ ମାଧ୍ୟମରେ ଗାଁରେ ପହଞ୍ଚିବେ ଦିଲ୍ଲୀ ନେତା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବିଜେପିର ସମସ୍ତ ପ୍ରାର୍ଥୀ ଏବଂ ନେତାଙ୍କ ସହ ଭର୍ଚ୍ଚୁଆଲରେ ବାର୍ତ୍ତାଳପ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଡୋର ଟୁ ଡୋର, ମୋବାଇଲ ଟୁ ମୋବାଇଲ ପହଞ୍ଚିବା ପାଇଁ ସେ ଆହ୍ବାନ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ବାର୍ତ୍ତା କର୍ମୀଙ୍କୁ ଉତ୍ସାହିତ କରିଛି । ପଞ୍ଚାୟତ ନିର୍ବାଚନରେ ଡିଜିଟାଲ କ୍ୟାମ୍ପେନ କରାଯିବ। ଦିଲ୍ଲୀର ନେତାଙ୍କୁ ଡିଜିଟାଲ ମାଧ୍ୟମରେ ପଲ୍ଲୀରେ ପହଞ୍ଚାଯିବ ।

କେନ୍ଦ୍ର ସରକାରଙ୍କ ଆବାସ ଯୋଜନା, ଗ୍ରାମୀଣ ବିକାଶରେ ଆସିଥିବା ଅର୍ଥକୁ କିଭଳି ଲୁଟ କରାଯାଇଛି ସେନେଇ ଲୋକଙ୍କ ପାଖକୁ ଯିବ ବିଜେପି । ଡୋର-ଟୁ-ଡୋର ଏବଂ ମୋବାଇଲ-ଟୁ-ମୋବାଇଲ ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚି ସମସ୍ତ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.