ETV Bharat / city

OBC Reservation Politics: ରାଜ୍ୟ ସରକାର OBC ବିରୋଧୀ କହିଲେ ସୁରଥ ବିଶ୍ବାଳ - ଓଡିଶା ହାଇକୋର୍ଟଙ୍କ ସଂରକ୍ଷଣ ରାୟ

ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗରେ ହାଇକୋର୍ଟ ଦେଇଥିବା ରାୟ ରାଜ୍ୟ ସରକାର ଠିକ୍ ତଥ୍ୟ ଉପସ୍ଥାପନ କରିନଥିବାର ପରିଣତି ବୋଲି ଅଭିଯୋଗ କଲେ ରାଜ୍ୟ OBC ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ । ଅଧିକ ପଢନ୍ତୁ

ରାଜ୍ୟ ସରକାର OBC ବିରୋଧୀ କହିଲେ ସୁରଥ ବିଶ୍ବାଳ

author img

By

Published : Dec 23, 2021, 8:59 PM IST

ଭୁବନେଶ୍ବର: ରାଜ୍ୟରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ (Odisha Panchayat Election OBC Reservation issue ) OBC ପାଇଁ ରଖାଯାଇଥିବା ଆସନ ସରଂକ୍ଷଣ ପ୍ରତ୍ୟାହାର ବାବଦରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମିଛ କହୁଥିବା ବିଜେପିର ଅଭିଯୋଗ । ରାଜ୍ୟ ସରକାର OBC ସଂରକ୍ଷଣ ପ୍ରତ୍ୟାହାର ବିଜ୍ଞପ୍ତି ଏବଂ ଯାହା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ତାହା ଅର୍ଦ୍ଧସତ୍ୟ ବୋଲି କହିଛନ୍ତି ରାଜ୍ୟ OBC ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ।

ରାଜ୍ୟ ସରକାର OBC ବିରୋଧୀ କହିଲେ ସୁରଥ ବିଶ୍ବାଳ

ସେ କହିଛନ୍ତି ଯେ, ରାଜ୍ୟ ସରକାର ହେଉଛନ୍ତି OBC ବିରୋଧୀ । ତାଙ୍କ ଉପରେ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଦେବାପାଇଁ, ଯେଉଁ ଦାୟିତ୍ୱ ନ୍ୟସ୍ତ ଥିଲା, ତାହା କରି ନାହାନ୍ତି । ତେଣୁ OBC ମାନେ ନିର୍ବାଚନ ଲଢିବାରୁ ବଞ୍ଚିତ ହେବେ । ନିର୍ବାଚନରେ ହାଇକୋର୍ଟ ଦେଇଥିବା ରାୟ ରାଜ୍ୟ ସରକାର ଠିକ୍ ତଥ୍ୟ ଉପସ୍ଥାପନ କରିନଥିବାର ପରିଣତି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ପଛୁଆବର୍ଗଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର: ବିରୋଧୀ

ପୁରୁଣା ଗଣତି ଅନୁଯାୟୀ ରାଜ୍ୟରେ ଓବିସି ଅଛନ୍ତି ୫୨ %, ତେଣୁ ତାଙ୍କ ସ୍ୱାର୍ଥକୁ ଏହିଭଳି ବାରମ୍ବାର ଉପେକ୍ଷା କଲେ, ତାଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରାଇଲେ ତାର ପରିଣତି ରାଜ୍ୟ ସରକାର ଭୋଗିବେ । ବିଜେଡି ସବୁକିଛି ଘୋଷଣାରେ ଅଟକିଛି । ସଂଶୋଧନ ସମୟରେ ସଂରକ୍ଷଣକୁ ନେଇ କହିଥିଲେ ଆମେ ୨୭% ଦେବୁ । କିନ୍ତୁ ଗୋଟିଏ ବି ସ୍ଥାନରେ ୧୨% ଅଧିକ ହୋଇନି ଏବଂ ୮ ଟି ଜିଲ୍ଲା ଶୂନ ପଡିଛି । ବିଜେଡିର ସବୁ ଘୋଷଣା ପାଣିର ଗାର ବୋଲି ରାଜ୍ୟ OBC ବିଜେପି ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.