ଭୁବନେଶ୍ବର: ଶିକ୍ଷାନୀତିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଓଡ଼ିଶା ଆପ୍ ଟାର୍ଗେଟ କରିଥିଲା । ଏହାକୁ ନେଇ ଓଡ଼ିଶା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଦେଶକୁ ଧର୍ମେନ୍ଦ୍ର ପ୍ରଧାନ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଥିଲେ ଓଡ଼ିଶା ଆପ୍ ଆବାହକ ନିଶିକାନ୍ତ ମହାପାତ୍ର । ଏହାକୁ ନେଇ ବର୍ତ୍ତମାନ ପ୍ରତିକ୍ରିୟା ରଖିଛି ବିଜେପି(BJP reaction on AAP press meet) । ଆପ୍ ଶିକ୍ଷମନ୍ତ୍ରୀଙ୍କ ବୟାନର ଅର୍ଥକୁ କଦର୍ଥ କରୁଥିବା ପାଲଟା ଅଭିଯୋଗ କରିଛନ୍ତି ବିଜେପି ନେତା ସୁରଥ ବିଶ୍ବାଳ ।
ଆପ୍କୁ ଜବାବ ଦେଇ ସୁରଥ ବିଶ୍ବାଳ କହିଛନ୍ତି, "ମାଗଣା ଯୋଜନା ସପକ୍ଷରେ ସବୁବେଳେ ଆପ୍ ଆଗୁଆ ରହିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କଥାକୁ ଆପ୍ କଦର୍ଥ କରୁଛି । କେଉଁଠି ନା କେଉଁଠି ବୁଝିବାରେ ଅସୁବିଧା ରହିଛି । କେନ୍ଦ୍ରମନ୍ତ୍ରୀ ଆଦୌ ଧନୀ ଗରିବ ଶିକ୍ଷାନୀତି କଥା କହିନାହାନ୍ତି । ବିଭିନ୍ନ ବିଦ୍ୟାଳୟର ମାନକ ବିଷୟରେ ଶିକ୍ଷାମନ୍ତ୍ରୀ କହିଛନ୍ତି । ଏହାର ମାନେ ନୁହେଁ ଗରିବ ଘର ପିଲା ଭଲ ସ୍କୁଲରେ ପଢିବେ ନାହିଁ । କେନ୍ଦ୍ରମନ୍ତ୍ରୀ ଏହା କହି ନାହାନ୍ତି । ଆପ ଏହାକୁ ବିକୃତ କରି ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି ।"
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୟାନକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛି ଓଡିଶା ଆପ୍(Odisha AAP demanded Dharmendra Pradhan apology) । ସ୍କୁଲ୍ ଫିସ୍କୁ ନେଇ ବୟାନବାଜି କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୟାନକୁ ନେଇ ନିନ୍ଦା କରିଛି ଓଡ଼ିଶା ଆପ୍(Dharmendra Pradhan Controversial Statement) ।
ଏହାକୁ ନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା ଆପ୍ । ଏଥିରେ ଓଡ଼ିଶା ଆପ୍ ଆବାହକ ନିଶିକାନ୍ତ ମହାପାତ୍ର କହିଥିଲେ, "କିଛି ଦିନ ପୂର୍ବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବୟାନ ଦେଇଥିଲେ ଯେ ରାଷ୍ଟ୍ରପତିଙ୍କ ପିଲା ଯେଉଁ ସ୍କୁଲ୍ରେ ପଢ଼ୁଛନ୍ତି ତାଙ୍କ ଘରେ କାମ କରୁଥିବା ବ୍ୟକ୍ତି କଣ ସେହି ସ୍କୁଲ୍ରେ ପାଠ ପଢ଼ିବେ ? ଏହାଦ୍ବାରା ଯେଉଁ ସବୁ ଘରୋଇ ସ୍କୁଲ୍ ଅଛନ୍ତି ସେମାନଙ୍କ ବ୍ୟବସାୟରେ ବାଧା ଉପୁଜିବ । ଏହାକୁ ନେଇ ସେ ଆପ୍ ସରକାରଙ୍କୁ ଟାର୍ଗେଟ କରିଥିଲେ ।"
ଧନୀ ଦରିଦ୍ର ସମସ୍ତଙ୍କୁ ଉତ୍କୃଷ୍ଟ ଶିକ୍ଷା ଦେଇ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ପାଇଁ ଦାବି କରିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦେଶ ଆଗରେ କ୍ଷମା ମାଗି ନିଜର ମନ୍ତବ୍ୟ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲା । ତେବେ ଏହାର ଜବାବ ରଖିଛନ୍ତି ବିଜେପି ନେତା ସୁରଥ ବିଶ୍ବାଳ ।