ETV Bharat / city

ମନ୍ କି ବାତରେ ଦେଶର ସଂସ୍କୃତି ପରମ୍ପରା ଓ ଏକତାର କଥା କହିଥାନ୍ତି ପ୍ରଧାନମନ୍ତ୍ରୀ: ସମୀର ମହାନ୍ତି - ମନ୍ କି ବାତ୍ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣି ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଦେଶର ସଂସ୍କୃତି, ପରମ୍ପରା ଓ ଏକତାର କଥା କହିଥାନ୍ତି ବୋଲି କହିଲେ ସମୀର । ଅଧିକ ପଢନ୍ତୁ

ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ସଂସ୍କୃତି, ପରମ୍ପରା ଓ ଏକତାର କଥା କହିଥାନ୍ତି: ସମୀର ମହାନ୍ତି

author img

By

Published : Jun 26, 2022, 4:22 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଦିଲ୍ଲୀପ ଘୋଷ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତି । ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ପାଟ ଦେଇ ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିବା ପରେ ସମୀର ମହାନ୍ତି କହିଛନ୍ତି ଯେ, ସାରା ଦେଶର ବିଭିନ୍ନ ପ୍ରସଙ୍ଗକୁ ଏକାଠି କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଜଣାଇଥାନ୍ତି । ଏଥିରେ ସେ ଆମ ଦେଶର ସଂସ୍କୃତି, ପରମ୍ପରା ଓ ଏକତାର କଥା କହିଥାନ୍ତି ।

ମନ୍ କି ବାତରେ ଦେଶର ସଂସ୍କୃତି ପରମ୍ପରା ଓ ଏକତାର କଥା କହିଥାନ୍ତି ପ୍ରଧାନମନ୍ତ୍ରୀ

ଏଥର ମନ କି ବାତରେ ପୁରୀ ରଥଯାତ୍ରା ସହ ବିଭିନ୍ନ ସ୍ଥାନରେ ହେଉଥିବା ଉତ୍ସବ ବିଷୟରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଛନ୍ତି । ଏହା ଆମ ସମସ୍ତଙ୍କୁ ଦର୍ଶାଉଛି ଯେ ଆମ ରାଜ୍ୟ ଭିନ୍ନ ଭିନ୍ନ ହେଲେ ବି ଆମ ଦେଶ ଗୋଟିଏ, ଆମ ସଂସ୍କୃତି ଏକ । ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ ସମେତ ବହୁ କର୍ଯ୍ୟକର୍ତା ଉପସ୍ଥିତ ଥିଲେ । ତେବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ୱାର୍ଡ଼ ନଂ 29 ନିକୋ ପାର୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.