ETV Bharat / city

ରଥଯାତ୍ରା: ବଲିଉଡ ସିଙ୍ଗର କୈଳାଶ ଖେରଙ୍କ ସହ ଗୀତ ଗାଇଲେ ସମ୍ବିତ ପାତ୍ର

ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ବଲିଉଡ ସିଙ୍ଗର କୈଳାଶ ଖେରଙ୍କ ସହ ଗୀତ ଗାଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ଅଧିକ ପଢନ୍ତୁ...

ରଥଯାତ୍ରା: ବଲିଉଡ ସିଙ୍ଗର କୈଳାଶ ଖେରଙ୍କ ସହ ଗୀତ ଗାଇଲେ ସମ୍ବିତ ପାତ୍ର
ରଥଯାତ୍ରା: ବଲିଉଡ ସିଙ୍ଗର କୈଳାଶ ଖେରଙ୍କ ସହ ଗୀତ ଗାଇଲେ ସମ୍ବିତ ପାତ୍ର
author img

By

Published : Jul 11, 2021, 3:34 PM IST

ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଗୁଣ୍ଡିଚା ଯାତ୍ରା । ଏହି ରଥଯାତ୍ରା ଅବସରରେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଜଗନ୍ନାଥ ଅଷ୍ଟକମ ସଂଗୀତ ଗାଇଛନ୍ତି । ବଲିଉଡ ସୁନାମଧନ୍ୟ କଣ୍ଠଶିଳ୍ପୀ କୈଳାଶ ଖରଙ୍କ ସହ ସେ ଏହି ଗୀତ ଗାଇଥିବାବେଳେ ଆଜି ଏହା ମୁକ୍ତିଲାଭ କରିଛି ।

ରଥଯାତ୍ରା: ବଲିଉଡ ସିଙ୍ଗର କୈଳାଶ ଖେରଙ୍କ ସହ ଗୀତ ଗାଇଲେ ସମ୍ବିତ ପାତ୍ର

ଏହି ଜଗନ୍ନାଥ ଅଷ୍ଟକମ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ରଚନା କରାଯାଇଛି । ଏହି ସଂଗୀତର ଟାଇଟଲ ଜଗନ୍ନାଥ ସ୍ବାମୀ ରଖାଯାଇଛି । ଏହାକୁ ପଦ୍ମଶ୍ରୀ ତଥା ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କୈଳାଶ ଖେର ଗାଇଥିବା ବେଳେ ତାଙ୍କ ସହ ତାଳ ଦେଇଛନ୍ତି ସମ୍ବିତ । ଏହି ସଂଗୀତର ଉନ୍ମୋଚନ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ଥିଲେ ।

  • ପୁରୀ ରଥଯାତ୍ରା ଅବସରରେ ପଦ୍ମଶ୍ରୀ @kailashkher ଜୀ ଏବଂ ମୁଁ ଗାଇଥିବା ଜଗନ୍ନାଥ ଅଷ୍ଟକମ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ@dpradhanbjp ଜୀ ଙ୍କ ଦ୍ଵାରା ଆଜି ଶୁଭ ମୁକ୍ତିଲାଭ କରିଛି |ପୁରୀ ବିଧାୟକ ଶ୍ରୀ ସାରଙ୍ଗୀ ଜୀ ମଧ୍ୟ ଆମ ସହିତ ଉପସ୍ଥିତ ଥିଲେ ।ଏହି ଅଷ୍ଟକମ” ଆଦି ଶଙ୍କରାଚାର୍ଯ୍ୟ ଙ୍କ ଦ୍ଵାରା ରଚନା କରଯାଇଥିଲା
    ଜୟ ଜଗନ୍ନାଥ🙏 pic.twitter.com/zrAhxVGU7y

    — Sambit Patra (@sambitswaraj) July 11, 2021 " class="align-text-top noRightClick twitterSection" data=" ">
  • "ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ"

    ଶ୍ରୀ @sambitswaraj ଏବଂ ଶ୍ରୀ @Kailashkher ଙ୍କ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ ଭଜନ ସଙ୍ଗୀତ ‘ଜଗନ୍ନାଥ ଅଷ୍ଟକମ୍’ ଉନ୍ମୋଚନ କରିବାର ସୌଭାଗ୍ଯ ଲାଭ କଲି । pic.twitter.com/0pY0Agdlro

    — Dharmendra Pradhan (@dpradhanbjp) July 11, 2021 " '="" class="align-text-top noRightClick twitterSection" data=" ">

ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସମ୍ବିତ ଏହି ସଂଗୀତ ଗାଇଥିବା ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ସମ୍ବିତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.