ଭୁବନେଶ୍ବର: ରାଜ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ହଇଜା । ରାୟଗଡ଼ା ଠାରୁ ଆରମ୍ଭ କରି ନୟାଗଡ଼,କୋରାପୁଟ, ନବରଙ୍ଗପୁର ପରେ ଏବେ ଝାରସୁଗୁଡ଼ାରେ ବ୍ୟାପିଲାଣି ଝାଡ଼ାବାନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ ।
ଟଙ୍କଧର କହିଛନ୍ତି, "ରାଜ୍ୟରେ ଯେଉଁ ଭଳି ଭାବରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି ଏହି ସମୟରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଯେଉଁଭଳି ମନ୍ତବ୍ୟ ଦେଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଲୋକଙ୍କ ସଚେତନତା ଅଭାବ ସହ ଦାୟିତ୍ବ ହୀନତାର ଅଭାବକୁ ମନ୍ତ୍ରୀ ଦାୟୀ କରିଛନ୍ତି । କିନ୍ତୁ ବାସ୍ତବରେ ସରକାରଙ୍କ ସଚେତନତାର ଅଭାବ ରହିଛି । ରାଜ୍ୟରେ ଯଥେଷ୍ଟ ସଂଖ୍ୟକ ଡାକ୍ତର, ନର୍ସ ନାହାନ୍ତି । ଏଥିସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ସେତେ ମାତ୍ରାରେ ଉତ୍କୃଷ୍ଟ ମାନର ଯନ୍ତ୍ରପାତି ମଧ୍ୟ ନାହିଁ"। ସେ ଆହୁରି ମଧ୍ୟ କହିଛନ୍ତି, ରାୟଗଡ଼ାରେ ଯେଉଁ ପରିସ୍ଥିତି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ସରକାର ପ୍ରଥମେ ଲୋକଙ୍କୁ ସଚେତନତା କରିବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜ ଦୋଷକୁ ଲୁଚାଇବାକୁ ଯାଇ ସାଧାରଣ ଲୋକଙ୍କୁ ପାଇଁ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତି ନିନ୍ଦନୀୟ ତେଣୁ ସେ ରାଜ୍ୟ ବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଟଙ୍କଧର ତ୍ରିପାଠୀ ।
ଇଟିଭି ଭାରତ, ଭୁବନେଶ୍ବର