ETV Bharat / city

୨୦୨୪ ପୂର୍ବରୁ ଧାମନଗର ଉପନିର୍ବାଚନ କେବେବି ସେମିଫାଇନାଲ ନୁହେଁ: ପୁରନ୍ଦେଶ୍ବରୀ - ୨୦୨୪ ପୂର୍ବରୁ କେବେବି ସେମିଫାଇନାଲ ନୁହେଁ

ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଅନୁଷ୍ଠିତ ହେବାକୁ ଯାଉଛି ଧାମନଗର ଉପନିର୍ବାଚନ । ଏହାର ଫଳାଫଳ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ପୁରନ୍ଦେଶ୍ବରୀ । ଧାମନଗର ଉପନିର୍ବାଚନ ୨୦୨୪ ପୂର୍ବରୁ କେବେବି ସେମିଫାଇନାଲ ନୁହେଁ ବୋଲି ସେ କହିଛନ୍ତି ।

ଧାମନଗର ଉପନିର୍ବାଚନ ୨୦୨୪ ପୂର୍ବରୁ କେବେବି ସେମିଫାଇନାଲ ନୁହେଁ: ପୁରନ୍ଦେଶ୍ବରୀ

author img

By

Published : Oct 9, 2022, 6:12 PM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନ(Dhamnagar By-Election ) ନେଇ ବାଜି ସାରିଛି ବିଗୁଲ । ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଧାମନଗର ଉପନିର୍ବାଚନ । ବିଜେପି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟ ବିଜେପି ପ୍ରଭାରୀ ମତ ରଖିଛନ୍ତି । ସେ କହିଛନ୍ତି ସବୁ ଦଳ ନିର୍ବାଚନ ଜିତିବାକୁ ଲଢନ୍ତି । ବିଜେପି ମଧ୍ୟ ଜିତିବାକୁ ପ୍ରୟାସ କରିବ । ଏହା ୨୦୨୪ ନିର୍ବାଚନ ପୂର୍ବରୁ ସେମିଫାଇନାଲ ହୋଇ ନ ପାରେ । ଗୋଟିଏ ଉପନିର୍ବାଚନ କେବେ ବି ସେମିଫାଇଲନ ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ଧାମନଗର ଉପନିର୍ବାଚନ ୨୦୨୪ ପୂର୍ବରୁ କେବେବି ସେମିଫାଇନାଲ ନୁହେଁ: ପୁରନ୍ଦେଶ୍ବରୀ

ନିର୍ବାଚନ ଜିତିବାକୁ ସବୁ ଦଳ ପ୍ରୟାସ ଜାରି ରଖିଛନ୍ତି । ବିଜେପି କାର୍ଯ୍ୟକର୍ତ୍ତାମାନେ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରୟାସ ଜାରି ରଖିଛନ୍ତି । ନିର୍ବାଚନର ଫଳାଫଳକୁ ନେଇ ପୁରନ୍ଦେଶ୍ବରୀ କହିଛନ୍ତି, "ସବୁ ସ୍ତରରେ ବିଜେପିର କର୍ମି ଅଛନ୍ତି, ଦଳ ସେମାନଙ୍କୁ ନେଇ ଗର୍ଵ କରୁଛି ପାର୍ଟି ପାଇଁ ଯେକୌଣସି ସ୍ତରକୁ ଯାଇ ସେମାନେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ସବୁ ଦଳ ନିର୍ବାଚନ ଜିତିବାକୁ ଲଢନ୍ତି । ବିଜେପି ମଧ୍ୟ ଜିତିବାକୁ ପ୍ରୟାସ କରିବ । ଏହା ୨୦୨୪ ନିର୍ବାଚନ ପୂର୍ବରୁ ସେମିଫାଇନାଲ ହୋଇନପାରେ । ଗୋଟିଏ ଉପନିର୍ବାଚନ କେବେ ବି ସେମିଫାଇନାଲ ହୋଇପାରିବ ନାହିଁ । ଏଠାରେ ପ୍ରଶାସନ ହାତରେ ଶାସନ କଳ ରହିଛି । ସରକାର ମଧ୍ୟ ତାଙ୍କର, ଏହା କେବେବି ସେମିଫାଇନାଲ ନୁହେଁ ।"

ସେହପରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, "ବିଷ୍ଣୁଭାଇଙ୍କ ଦେହାନ୍ତ ପରେ ଏହି ନିର୍ବାଚନ ହେଉଛି । ଆମ ଦଳର କର୍ମକର୍ତ୍ତାମାନେ ଏହି ଦୁଃଖରୁ ବାହାରି ପାରିନାହାନ୍ତି । ମାତ୍ର ରାଜନୈତିକ ଦୃଷ୍ଟିରୁ ନିର୍ବାଚନ ହେବ, ଆମେ ମଧ୍ୟ ଆମର କାର୍ଯ୍ୟ କରିବୁ । ଯେହେତୁ ବିଜେଡ଼ି ଦୀର୍ଘ ସମୟ ଧରି ଶାସନ ବ୍ୟବସ୍ଥାରେ ରହିଛି ସେମାନେ ମଧ୍ୟ ଜିତିବାକୁ ତାଙ୍କର ପ୍ରୟାସ କରିବେ, ଆମେ ମଧ୍ୟ କରିବୁ । ତେବେ ଫଳାଫଳ ଜନତାଙ୍କ ହାତରେ । ଜନତା ନିଜ ଉପଯୁକ୍ତ ନେତା ବାଛିବେ ।"

ଏହା ବି ପଢନ୍ତୁ- Dhamnagar Bypoll: ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ

ଏହାରି ମଧ୍ୟରେ ଧାମନଗର ଉପନିର୍ବାଚନ ଲାଗି ବିଜେପି ତାର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଦିବଙ୍ଗତ ପୂର୍ବତନ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି ବିଜେପି । ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବ । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ସୂର୍ଯ୍ୟବଂଶୀ ସୂରଜଙ୍କ ନାମରେ ମୋହର ମାରିଛି ଦଳ । ସୂଚନା ଥାଉ କି ଧାମନଗର ଉପନିର୍ବାଚନ ନେଇ ବିଗୁଲ ବାଜିବା ପରେ ଅକ୍ଟୋବର ୭ରୁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା ।

ଅକ୍ଟୋବର 14 ତାରିଖ ଯାଏଁ ନାମାଙ୍କନ ପତ୍ର ଭରିବେ ପ୍ରାର୍ଥୀ । ଅକ୍ଟୋବର 15 ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ସେହିପରି ନାମାଙ୍କନପତ୍ର ଯାଞ୍ଚପରେ ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର 17 । ନଭେମ୍ବର 3 ତାରିଖରେ ଭୋଟିଂ ଓ 6 ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଧାମନଗର ଆସନ । ବିଷ୍ଣୁ ବିଧାନସଭାରେ ବିଜେପି ବିଧାୟକ ଦଳର ଉପନେତା ଥିଲେ । ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ହେବାକୁ ଥିବାବେଳେ ଏହା ଉପରେ ସବୁ ପ୍ରମୁଖ ରାଜନୈତିକ ଦଳର ନଜର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.