ETV Bharat / city

ପଲିଟିକାଲ ପବ୍ଲିସିଟି ପାଇଁ ଖେଳୁଛି କଂଗ୍ରେସ: ବିଜେପି

author img

By

Published : Apr 27, 2021, 5:26 PM IST

ପିପିଲି ଉପନିର୍ବାଚନ ସ୍ଥଗିତ ରଖିବା ପାଇଁ କଂଗ୍ରେସର ଦାବି ଉପରେ ପ୍ରତିକ୍ରୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ...

BJP
ପଲିଟିକାଲ ପବ୍ଲିସିଟି ପାଇଁ ଖେଳୁଛି କଂଗ୍ରେସ: ବିଜେପି

ଭୁବନେଶ୍ବର: ପିପିଲି ଉପନିର୍ବାଚନ ସ୍ଥଗିତ ରଖିବା ପାଇଁ କଂଗ୍ରେସର ଦାବି ଉପରେ ପ୍ରତିକ୍ରୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ । ଏହା କଂଗ୍ରେସର କେବଳ ଚାଲ ବୋଲି କହିଛି ବିଜେପି ।

କୋଭିଡ଼ ଗାଇଡ଼ଲାଇନ ଅନୁସାରେ ପିପିଲି ଉପନିର୍ବାଚନ ହେଉ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । କଂଗ୍ରେସ ଅଭିଯୋଗର ବାସ୍ତବତା ଓ ସତ୍ୟତା ନାହିଁ ବୋଲି ସେ କହିଛନ୍ତି । ଏହା କେବଳ କଂଗ୍ରେସର ପାଳିଟିକାଲ ଗିମିକ ବୋଲି ପୃଥ୍ଵୀରାଜ କହିଛନ୍ତି । ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି । ନିର୍ବାଚନ ନେଇ ନୋଟିଫିକେଶନ ହୋଇସାରିଛି । ତେଣୁ ନିର୍ବାଚନ ହେବା ଉଚିତ । କୌଣସି ଦୁର୍ବିପାକ ପାଇଁ ପୂର୍ବରୁ କେବେ ନିର୍ବାଚନ ବନ୍ଦ ହେବାର ନଜିର ନାହିଁ । ଏଭଳି ପରିସ୍ଥିତିରେ କୋଭିଡ଼ ପ୍ରଟୋକଲକୁ ପାଳନ କରି ନିର୍ବାଚନ ହେଲେ ସବୁଦିନ ପାଇଁ ଏକ ଦୃଷ୍ଟାନ୍ତ ହୋଇ ରହିବ ବୋଲି ପୃଥ୍ଵୀରାଜ କହିଛନ୍ତି ।

ସୂଚନାଥାଉକି ପିପିଲରେ ଉପନିର୍ବାଚନ ପ୍ରଥମେ ଅପ୍ରେଲ 17ରେ ହେବା ପାଇଁ ସ୍ଥିର ହୋଇଥିଲା କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ କମିସନ ସ୍ଥଗିତ ରଖିଥିଲା । ଏହା ପରେ ପୁନର୍ବାର ବିଜ୍ଞାପ୍ତି ପ୍ରକାଶ କରି ମେ 16 ତାରିଖକୁ ନିର୍ବାଚନ ପାଇଁ ସ୍ଥିର କରିଛନ୍ତି ନିର୍ବାଚନ କମିସନ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.