ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା । କିଏ ହାତେଇବ ମୁଖ୍ୟମନ୍ତ୍ରୀ ଗାଦି, ବିଜେଡି ବିଜେପି ନା କଂଗ୍ରେସ । ସେନେଇ ଏବେ ଠାରୁ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଙ୍କକଷା । କିଛିଦିନ ତଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (Bjp National President JP Nadda ) ଓଡିଶା ଗସ୍ତରେ ଆସି ତୁହା ତୁହା ବୈଠକ ସଭା କରିବା ସହ ଆଗାମୀ 2024 ନିର୍ବାଚନ ନେଇ ଦଳର ପ୍ରସ୍ତୁତି ରଣନୀତି ନେଇ ରାଜ୍ୟ ନେତାଙ୍କ ସହ ଏକାଧିକ ବୈଠକ କରିଥିଲେ । ଆଗାମୀ ନିର୍ବାଚନରେ ବିଜେଡି (Biju Janata Dal) କୁ କ୍ଷମତାଚ୍ୟୁତ କରିବା ନେତା କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନଡ୍ଡା ।
ତେବେ ନଡ୍ଡା ଗସ୍ତ ଶେଷ ପରେ ୨୦୨୪ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ଏନେଇ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, "ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସି ଆଗକୁ ଆସୁଥିବା ସାଧାରଣ ନିର୍ବାଚନକୁ ନେଇ ବିଜେପିର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ଓ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଅନୁପ୍ରାଣିତ କରିଛନ୍ତି, ଏବଂ ୨୦୨୪ ନିର୍ବାଚନରେ ବିଜେପି କିଭଳି ଓଡିଶାରେ ବିଜୟୀ ହେବ ସେନେଇ ନିର୍ଦ୍ଧିଷ୍ଟ ଯୋଜନା କରିଛନ୍ତି, ଏଥିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଅନୁପ୍ରାଣିତ ହୋଇଛନ୍ତି ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଆଗକୁ ସଂଗଠନକୁ ତୃଣମୂଳ ସ୍ତରରେ ସଶକ୍ତ କରିବା ପାଇଁ ଯେଉଁ ଯେଉଁ ଯୋଜନା ଗୁଡିକ ଯଥା ବୁଥ ଠାରୁ ଆରମ୍ଭ କରି ଶକ୍ତି କେନ୍ଦ୍ର ପର୍ଯ୍ୟନ୍ତ ସାଂଗଠନିକ ବ୍ୟବସ୍ଥା ମଧ୍ୟରେ ଯେଉଁ କାର୍ଯ୍ୟକର୍ତ୍ତାମାନେ ସଂଗଠନକୁ ସଶକ୍ତ କରନ୍ତି, ନିର୍ବାଚନକୁ ଠିକ ଢଙ୍ଗରେ ଚଳାନ୍ତି ସେମାନଙ୍କୁ ଆହୁରି ସୁଦୃଢ କରିବା ପାଇଁ ଯେଉଁ ଯୋଜନା ନଡ୍ଡାଜି ପ୍ରସ୍ତୁତ କରିକି ଯାଇଛନ୍ତି ସେହି ଅନୁସାରେ ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ଚାଲିବ ଏବଂ ଏହାର ସୁଫଳ ଆମେ ନିହାତି ୨୦୨୪ ନିର୍ବାଚନରେ ପାଇବୁ, ଏ ଦୃଢ ବିଶ୍ବାସ ଆମ ସମସ୍ତ ମନରେ ରହିଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।"
ଏହା ମଧ୍ୟ ପଢନ୍ତୁ-ପଦଯାତ୍ରା ପଲିଟିକ୍ସ: ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ, ସହଯୋଗ ଲୋଡ଼ିଲେ ବିଜେଡି ସୁପ୍ରିମୋ
ଓଡିଶା ଦଖଲ ପାଇଁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ । ଯାହା ହେଲା ହେଲା, ଆଉ ନୁହେଁ, ଓଡିଶାକୁ ବିଜେଡି ମୁକ୍ତ କରିବା ପାଇଁ ବିଜେପି କ୍ଲିୟର ମେସେଜ ଦେଇଛି । ସେଥିପାଇଁ ବଂଶଲ ପ୍ରସ୍ତୁତ କରିଛନ୍ତି ରଣନୀତି । ସେହି ରଣନୀତି ଉପରେ ମୋହର ମାରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବଂଶଲଙ୍କ ରିପୋର୍ଟ ଆଧାରରେ ବିଜେପିର ରାଜ୍ୟ ନେତୃବୃନ୍ଦଙ୍କ ପ୍ରଦର୍ଶନ ଉପରେ ନଡ୍ଡା ଆଲୋଚନା କରିଥିଲେ । ତା ସହ ରାଜ୍ୟରେ ଦଳୀୟ ନେତାଙ୍କ ଢିଲାପଣ ପାଇଁ ନିଜର କଡା ଆଭିମୁଖ୍ୟ ଜାହିର କରିଥିଲେ ନଡ୍ଡା ।
ପଦାଧିରୀ ବୈଠକରେ ସାଂସଦ, ବିଧାୟକ, ଦଳର ତୁଙ୍ଗ ନେତା ୨୦୧୯ ନିର୍ବାଚନ ପରେ ପରେ ନିଜ ନିଜ ଅଞ୍ଚଳରେ କଣ କରିଛନ୍ତି ? ଲୋକଙ୍କ ସହ ଯୋଡି ହେବା ପାଇଁ ଡୋର ଟୁ ଡୋର କ୍ୟାମ୍ପନ କରିଛନ୍ତି କି ନାହିଁ? କେତୋଟି କର୍ମୀ ସମ୍ମିଳନୀ କରିଛନ୍ତି ? କିଏ କେତୋଟି ଦଳୀୟ ସଭା କରିଛନ୍ତି ? ବିଜେପିର ଭୋଟ ପ୍ରତିଶତ କିଭଳି ବଢିବ ସେଥିପାଇଁ କଣ କରିଛନ୍ତି ? ୨୦୨୪ ନିର୍ବାଚନରେ କେଉଁ ସ୍ଥାନୀୟ ପ୍ରସଙ୍ଗକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଭୋଟପାଇଁ ଯିବେ ?
ଗୋଟି ଗୋଟି କରି ସମସ୍ତଙ୍କ ପାଖରୁ ବଂଶଲଙ୍କ ରିପୋର୍ଟ ଆଧାରରେ ସାଂସଦ, ବିଧାୟକ, ଦଳର ତୁଙ୍ଗ ନେତାଙ୍କୁ ନଡ୍ଡା କରିଥିଲେ ପ୍ରଶ୍ନ । ସେହିପରି ପଞ୍ଚାୟତ ଏବଂ ପୌର ଭୋଟରେ ଦଳ କାହିଁକି ଭଲ ପ୍ରଦର୍ଶନ କରିପାରିନଥିଲା ? ତା ଉପରେ ମଧ୍ୟ ସାଂସଦ, ବିଧାୟକଙ୍କୁ ପ୍ରଶ୍ନ କରିଥିଲେ ?
ସେହିପରି ନଡ୍ଡା ବିଜେପିର କୋର କମିଟି ବୈଠକରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ତେବେ ବିଭିନ୍ନ ମହଲରୁ ଯାହା ଖବର ରହିଛି ବଂଶଲଙ୍କ ରିପୋର୍ଟ ଏବଂ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ପର୍ଯ୍ୟବେକ୍ଷକ ଏବଂ ଦଳୀୟ ନେତାଙ୍କ ଫିଡ଼ ବ୍ୟାକ ଆଧାରରେ ନଡ୍ଡା ୨୦୨୪ ପାଇଁ ପ୍ରସ୍ତୁତ କରି ସାରିଛନ୍ତି ରୋଡମ୍ୟାପ୍ ।
୨୦୨୪ ନିର୍ବାଚନରେ ବିଜୟୀ ହେବା ପାଇଁ ବିଜେପିର ଯୋଜନା
- ଫୋକସରେ ବୁଥ ସ୍ତରୀୟ ଟିମ
- ବୁଥ ୱାରି ଯୋଜନା -ମୋ ବୁଥ ସବୁଠୁ ମଜବୁତ ପ୍ରତି ବୁଥରେ ୧୫ ରୁ ୨୦ ଜଣିଆ ଟିମ
- ବୁଥ ୱାରି ଡୋର ଟୁ ଡୋର କ୍ୟାମ୍ପନ
- ବୁଥ ସ୍ତରରେ ତିନି ଜଣିଆ ମହିଳା ଟିମ
- ଫୋକସରେ ମହିଳା ଭୋଟର
- ଫୋକସରେ ପଞ୍ଚାୟତ ଶକ୍ତି କେନ୍ଦ୍ର
- ପଞ୍ଚାୟତ ପ୍ରଭାରୀ, ପଞ୍ଚାୟତ ପ୍ରମୂଖ, ପଞ୍ଚାୟତ ସହ ପ୍ରମୁଖ ଡୋର ଟୁ ଡୋର କ୍ୟାମ୍ପେନ ସହ ପ୍ରତି ସପ୍ତାହରେ ବୁଥ୍ରେ ବୈଠକ ।
- ବିଜେପିର ୭ଟି ମୋର୍ଚ୍ଚାର କର୍ମୀ ମୋଦି ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ବ ଦିଆଯାଇଛି ।
- ତ୍ରିଦେବଙ୍କୁ ଗୁରୁଦାୟିତ୍ୱ
ସେହିପରି ଅର୍ବାନ ବୁଥ ପାଇଁ ୨୫ ଜଣ ବୁଥ ସ୍ତରୀୟ ବିଜେପି ନେତା ରହିବେ । ବୁଥ୍ କିଭଳି ମଜବୁତ ହେବ। କିଭଳି ମ୍ୟାନେଜ କରାଯିବ । ବୁଥ୍ର ପ୍ରବନ୍ଧନ କିଭକି ହେବ। ସେହିପରି ଯେଉଁ ଭୋଟର ଲିଷ୍ଟ ରହିଛି। ତାକୁ ନେଇ ଲୋକଙ୍କ ପାଖକୁ ଯିବେ ବୁଥ୍ ସ୍ତରୀୟ ନେତା । ଘରକୁ ଘର କ୍ୟାମ୍ପନ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତ୍ୟେକ ମାସରେ ଶେଷ ରବିବାର ବୁଥର ସମସ୍ତ କର୍ମୀ ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କ ମନ କି ଶୁଣିବେ । ବିଜେପି ଆଗାମୀ ନିର୍ବାଚନରେ ଦଳ କିଭଳି ଯିତିବ, ଏଇ ବୁଥରେ ସ୍ତରରେ ଭୋଟ ପ୍ରତିଶତ କିଭଳି ବଢିବ ତାକୁ ନେଇ ଯୋଜନା କରାଯିବ ।
ସେହିପରି ଗତକାଲି(ଶନିବାର) ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, ''ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ ତିଆରି କରିବ ବିଜେପି । ଜନତାଙ୍କ ଆଗରେ ଏହାକୁ ଉପସ୍ଥାପିତ କରିବୁ ସେମାନେ ବିଚାର କରିବେ । ଜନତା ହେଉଛନ୍ତି ଗଣତନ୍ତ୍ରର ମାଜିଷ୍ଟ୍ରେଟ । ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାର ଚାଲିଛି ରାଜ୍ୟରେ । ତେଣୁ ୨୦୨୪ରେ ବିଜେଡି ମୁକ୍ତ ହେବ ଓଡ଼ିଶା ।