ETV Bharat / city

‘ଦରଦାମ ବୃଦ୍ଧି ନେଇ ରାଜନୀତି ନକରନ୍ତୁ ଖାଦ୍ୟ ଯୋଗାଣ ମନ୍ତ୍ରୀ’

author img

By

Published : Oct 6, 2021, 7:26 PM IST

ଦରଦାମ୍ ବୃଦ୍ଧିକୁ ନେଇ କେନ୍ଦ୍ରକୁ ଦାୟୀ କରାଯାଉ ଥିବାବେଳେ ପ୍ରତିକ୍ରିୟା ରଖିଲେ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । କହିଲେ କୋରୋନା କାଳରେ ଏକାଧିକ ଜନ କଲ୍ୟାଣକାରୀ ଯୋଜନା ହାତକୁ ନେଇଛି କେନ୍ଦ୍ର ସରକାର । ଅଯଥାରେ ରାଜନୀତି ନକରନ୍ତୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ। ଅଧିକ ପଢନ୍ତୁ...

‘ଦରଦାମ ବୃଦ୍ଧିକୁ ନେଇ ରାଜନୀତି ନକରନ୍ତୁ ଖାଦ୍ୟ ଯୋଗାଣ ମନ୍ତ୍ରୀ’

ଭୁବନେଶ୍ବର: ଦରଦାମ୍ ବୃଦ୍ଧିକୁ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରକୁ ଦାୟୀ କରୁଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରଚନ୍ଦନ । ପୃଥୀରାଜ କହିଛନ୍ତି, ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏହି ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ପ୍ରକୃତ କଥା ହେଲା କୋରୋନା କାଳରେ କେନ୍ଦ୍ର ସରକାରଙ୍କ ଉପରେ ଅଯଥାରେ ଆର୍ଥିକ ବୋଝ ପଡିଛି । ମାଗଣାରେ କୋଭିଡ ଟିକା ଦେବାଠାରୁ ଆରମ୍ଭ କରି,କୋରୋନା ରୋଗୀଙ୍କୁ ଦେୟମୁକ୍ତ ଚିକିତ୍ସା ସେବା ଯୋଗାଇବା ସହ ବିଭିନ୍ନ ଗରୀବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ସରକାର ଏକାଧିକ ଯୋଜନା ହାତକୁ ନେଇଛନ୍ତି । ସେଥିପାଇଁ କିଛି ମାତ୍ରାରେ ଦରଦାମ ପ୍ରଭାବିତ ହୋଇଛି ।

ପୃଥୀରାଜ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାର କୋରୋନା ବାବଦରେ ଗୋଟିଏ ଟଙ୍କା ଖର୍ଚ୍ଚ କରୁ ନଥିବାବେଳେ ଟିକସକୁ ଅନ୍ୟତ୍ର ବିନିଯୋଗ କରୁଛନ୍ତି । କିନ୍ତୁ କୋରୋନା ସମୟରେ ସମସ୍ତ କାର୍ଯ୍ୟ କେନ୍ଦ୍ର ଜାରି ରଖିଛି । କେନ୍ଦ୍ର ସରକାର ଟିକସ କମାଇବା ପାଇଁ ଯେଉଁ ପ୍ରକ୍ରିୟା ଏପର୍ଯ୍ୟନ୍ତ କରି ପାରିନାହାନ୍ତି ତାହା ଆଗାମୀ ଦିନରେ ହେବ । ତେଣୁ ରାଜ୍ୟ ସରକାର ଟିକସ କାଟିଲେ ଉପଭୋକ୍ତାମାନେ ସୁଫଳ ପାଇପାରନ୍ତେ ବୋଲି କହିଛନ୍ତି ପୃଥୀରାଜ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.