ଭୁବନେଶ୍ବର: ତିର୍ତ୍ତୋଲ ବିଧାୟକ ତଥା ବିଜେଡି ନେତା ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ପ୍ରେମ ବିବାଦ ମାମଲା । ଏହି ଘଟଣାକୁ କଦର୍ଯ୍ୟ ଘଟଣା କହିଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଜନ ପ୍ରତିନିଧିଙ୍କ ଏଭଳି ଚଞ୍ଚକତା କରିବା କେବେ ବି ଗ୍ରହଣୀୟ ନୁହେଁ । ଏହା ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବେ ବିଜେପି ଆଶା ରଖୁଛି ବୋଲି ସେ କହିଛନ୍ତି ।
"ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଘଟଣା ଦେଖିବାକୁ ମିଳୁଛି । ଯଦି ଏହା ସତ୍ୟ ହୋଇଥାଏ ତେବେ ତାହା ଏକ ଗହିର୍ତ୍ତ କଥା । ତେଣୁ ସରକାର ପ୍ରୋ-ଆକ୍ଟିଭ ହୋଇ ଯେଉଁଭଳି ତଦନ୍ତ ହେବା କଥା କିମ୍ବା ଦଣ୍ଡ ବିଧାନ କରିବା କଥା । କେବଳ ଏହା ସୋସାଇଟି କ୍ଷେତ୍ରରେ ନୁହେଁ ରାଜନୈତିକ କ୍ଷେତ୍ରରେ ଏବଂ ସମଗ୍ର ରାଜ୍ୟରେ ଏହି ଘଟଣା ଏକ ଖରାପ ପ୍ରଭାବ ପକାଇବ । କାରଣ ଜଣେ ଜନ ପ୍ରତିନିଧିଙ୍କ ଏଭଳି ଚଞ୍ଚକତା କରିବା କେବେ ବି ଗ୍ରହଣ ଯୋଗ୍ୟ ନୁହେଁ ।" ବୋଲି କହିଛନ୍ତି ପୃଥ୍ବୀରାଜ ।
ଏହା ବି ପଢନ୍ତୁ- ବିବାହ ପାଇଁ ଅପେକ୍ଷାରେ ପ୍ରେମିକା, ଆସିଲେନି ବିଧାୟକ
ଏହା ଓଡିଶାର ସଂସ୍କୃତି ଓ ପରମ୍ପରା ଦୃଷ୍ଟିରୁ ଏକ କଦର୍ଯ୍ୟ କଥା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ କରି ତାହାର ଠିକଣା ତଦନ୍ତ ହେଉ ଏବଂ ଦୋଷୀ ସେଥିରେ ଦଣ୍ଡ ପାଉ । ଜଣେ ମହିଳାଙ୍କ ଜୀବନ କଥା ଏହା ଅଛି ତେଣୁ ସରକାର ନିରପେକ୍ଷ ତଦନ୍ତ କରନ୍ତୁ । ଏହା ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବେ ବିଜେପି ଆଶା ରଖୁଥିବା କହିଛନ୍ତି ସେ ।
ସୂଚନା ଥାଉ କି ବିଧାୟକ ବିଜୟ ଶଙ୍କର ଦାସଙ୍କ ସହ ସୋମାଲିକାଙ୍କର ପୂର୍ବରୁ ପ୍ରେମ ସମ୍ପର୍କ ରହି ଆସିଥିଲା । କିଛିଦିନ ପୂର୍ବେ ପ୍ରେମିକା ସୋମାଲିକା କିଛି ଅନ୍ତରଙ୍ଗ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ, ଯାହାକୁ ନେଇ ସେ ସମୟରେ ଚର୍ଚ୍ଚା ଜୋର ଧରିଥିଲା । ବିଜୟ ଶଙ୍କର ସୋମାଲିକାଙ୍କୁ ବିବାହ ପାଇଁ ମନା କରିଦେବାରୁ ସେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଥିଲେ ।
ଏହାପରେ ବିଧାୟକ ଓ ତାଙ୍କ ପ୍ରେମିକା ଉଭୟ ସବ୍ ରେଜିଷ୍ଟାରରେ ବିବାହ ପାଇଁ ଆବେଦନ କରିଥିଲେ । ମାତ୍ର ବିବାହ ତାରିଖ ଦିନ ପହଞ୍ଚିନଥିଲେ ବିଧାୟକ । ଏହାପରେ ପ୍ରେମିକା ସୋମାଲିକା ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ । ଏହି ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଇଟିଭି ଭାରତ, ଭୁବନେଶ୍ବର