ETV Bharat / city

ସମବାୟ ନିର୍ବାଚନ ପ୍ରସଙ୍ଗ, ଫଳାଫଳ ସରକାରଙ୍କ ବିରୁଦ୍ଧରେ ଯିବ କହିଲେ ପୃଥ୍ବୀରାଜ

ରାଜ୍ୟ ସମବାୟ ସମିତି ନିର୍ବାଚନ ପ୍ରସଙ୍ଗ । ଫଳାଫଳ ସରକାରଙ୍କ ବିରୁଦ୍ଧରେ ଯିବ କହିଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ

ସମବାୟ ନିର୍ବାଚନ ପ୍ରସଙ୍ଗ, ଫଳାଫଳ ସରକାରଙ୍କ ବିରୁଦ୍ଧରେ ଯିବ କହିଲେ ପୃଥ୍ବୀରାଜ
ସମବାୟ ନିର୍ବାଚନ ପ୍ରସଙ୍ଗ, ଫଳାଫଳ ସରକାରଙ୍କ ବିରୁଦ୍ଧରେ ଯିବ କହିଲେ ପୃଥ୍ବୀରାଜ
author img

By

Published : Jun 19, 2022, 6:51 PM IST

ଭୁବନେଶ୍ବର: ରାଜ୍ୟ ସମବାୟ ସମିତି ନିର୍ବାଚନ ପ୍ରସଙ୍ଗ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଏହି ନିର୍ବାଚନ କ୍ଷେତ୍ରରେ ଅନେକ ଗୁଡିଏ ଅନିୟମିତତା ରାଜ୍ୟ ସରକାର କରିଛନ୍ତି । ଏଥିଲାଗି ସରକାରୀ ଦଳର ସମର୍ଥିତ ଯେଉଁ ନିର୍ଦ୍ଦେଶକ ମାନେ ନିର୍ବାଚନ ଲଢ଼ୁଛନ୍ତି ତାଙ୍କ ବିରୁଦ୍ଧରେ ଭୋଟ ପଡ଼ିବ । ତେଣୁ ଏହି ଫଳାଫଳ ନିଶ୍ଚିତ ଭାବେ ସରକାରଙ୍କ ବିରୁଦ୍ଧରେ ଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସମବାୟ ନିର୍ବାଚନ ପ୍ରସଙ୍ଗ, ଫଳାଫଳ ସରକାରଙ୍କ ବିରୁଦ୍ଧରେ ଯିବ କହିଲେ ପୃଥ୍ବୀରାଜ

ଏ ନେଇ ପୃଥ୍ବୀରାଜ କହିଛନ୍ତି ଯେ, " ଏହି ନିର୍ବାଚନ କ୍ଷେତ୍ରରେ ଅନେକ ଗୁଡିଏ ଅନିୟମିତତା ରାଜ୍ୟ ସରକାର କରିଛନ୍ତି । ସେଥିରୁ କିଛି ଘଟଣା କୋର୍ଟ ଯାଏଁ ବି ଯାଇଛି । ଅନେକ ସ୍ଥାନରେ ସେକ୍ରେଟାରୀ ମାନଙ୍କର ବାପା ମାଆ ନୋମିନେସନ କରିଛନ୍ତି । ସ୍କ୍ରୁଟିନ ଏବଂ ନୋମିନେସନ ଯାଞ୍ଚ କରିବା କ୍ଷେତ୍ରରେ ଅନେକ ଗୁଡିଏ ଅନିୟମିତତା କରି ଜିତିବା ପାଇଁ ସରକାରୀ ଦଳ ଯୋଜନା କରିଛି । "

ସେ ଆହୁରି କହିଛନ୍ତି ଯେ, "ଏହା ସତ୍ତ୍ବେ ବି ଅନେକ ଜାଗାରେ ସମବାୟ ବିଭାଗ ଏବଂ ସମବାୟ ଆନ୍ଦୋଳନକୁ ଧ୍ବଂସ କରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି । ସେଭଳି ସ୍ଥିତିରୁ ଲୋକେ ଉଦ୍ଧାରିବାକୁ ଚାହୁଁଛନ୍ତି । ଏଥିରୁ ଲାଗୁଛି ସରକାରୀ ଦଳର ସମର୍ଥିତ ଯେଉଁ ନିର୍ଦ୍ଦେଶକ ମାନେ ନିର୍ବାଚନ ଲଢ଼ୁଛନ୍ତି ତାଙ୍କ ବିରୁଦ୍ଧରେ ସେମାନେ ଭୋଟ ଦେବେ । ତେଣୁ ଏହି ଫଳାଫଳ ନିଶ୍ଚିତ ଭାବେ ସରକାରଙ୍କ ବିରୁଦ୍ଧରେ ଯିବ ।"

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.