ETV Bharat / city

9ଟି ବୁଥରେ ସାନି ମତଦାନ ପାଇଁ ବିଜେପିର ଦାବି - njp

ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର 9ଟି ବୁଥରେ ସାନି ମତଦାନ ଦାବି ନେଇ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହେଲା ବିଜେପି । ଏଠାରେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଧମକ ଦେଇଛି ବିଜେଡି । ଏନେଇ ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରକାଶ ମିଶ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 25, 2019, 7:55 PM IST

ଭୁବନେଶ୍ବର: ପାଖେଇ ଆସୁଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରା ଯାଇଛି । ତେବେ ମତଦାନ କେନ୍ଦ୍ର ମାନଙ୍କରେ ବିଜେଡି କର୍ମୀମାନେ ଭୋଟରଙ୍କୁ ଜବରଦସ୍ତ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଧମକ ଦେଇଥିବା ନେଇ ଅଭିଯୋଗ କରିଛି ବିଜେପି । ଏନେଇ ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର 9ଟି ବୁଥରେ ସାନି ମତଦାନ ଦାବି ନେଇ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛି ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ ଗୁରୁବାର ବିଜେପିର ବରିଷ୍ଠ ନେତା ପ୍ରକାଶ ମିଶ୍ର ଏବଂ କଟକ ଲୋକସଭା ପ୍ରାର୍ଥୀ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ସ୍ମାରକ ପତ୍ର ଦାଖଲ କରିଛି । ଉକ୍ତ ବୁଥ ମାନଙ୍କରେ ବିଜେଡି କର୍ମୀ ଜୋର ଜବରଦସ୍ତ ଶଙ୍ଖରେ ଭୋଟ ଦେବାପାଇଁ ଧମକଚମକ ଦେଇଛନ୍ତି । ତେଣୁ ଏହି ସବୁ ବୁଥରେ ସାନି ମତଦାନ କରାଯାଉ । ନିର୍ବାଚନ ଅଧିକାରୀ ଏ ସମସ୍ତ ବିଷୟ ଯାଞ୍ଚ କରିବା ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପ୍ରକାଶ ମିଶ୍ର ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.