ETV Bharat / city

ଏଥର ନିର୍ବାଚନରେ BJPର ଦୟନୀୟ ସ୍ଥିତି ହେବ ନାହିଁ: ପ୍ରଦୀପ ପୁରୋହିତ - ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା

ଚଳିତ ନିର୍ବାଚନରେ ବିଜେପିର ଦୟନୀୟ ସ୍ଥିତି ହେବ ନାହିଁ କହିଲେ ବିଜେପି ନେତା ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

ଚଳିତ ନିର୍ବାଚନରେ ବିଜେପିର ଦୟନୀୟ ସ୍ଥିତି ହେବ ନାହିଁ: ପ୍ରଦୀପ

author img

By

Published : Feb 27, 2022, 7:14 PM IST

ଭୁବନେଶ୍ବର: ରାଜ୍ୟରେ ଆଜି(ରବିବାର) ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି । ବିଜେଡ଼ି ଅନେକ ଜିଲ୍ଲାରେ ବିପୁଳ ଭୋଟରେ ଆଗେଇ ଚାଲିଛି । ଏହାରି ମଧ୍ୟରେ ବିଜେପିର ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ନିର୍ବାଚନ ପୂର୍ବରୁ ସରକାରଙ୍କ ବିରୋଧରେ ତୀବ୍ର ଜନ ଅସନ୍ତୋଷ ଥିଲା ବୋଲି ସେ କହିଛନ୍ତି ।

ଚଳିତ ନିର୍ବାଚନରେ ବିଜେପିର ଦୟନୀୟ ସ୍ଥିତି ହେବ ନାହିଁ: ପ୍ରଦୀପ

ତାହା ଭୋଟରେ ରୂପାନ୍ତରିତ ହୋଇପାରିଲା ନାହିଁ ବା ଆମେ ବିରୋଧୀ ଦଳ ହିସାବରେ ତାହାକୁ ରୂପାନ୍ତରିତ କରିବାକୁ ସମର୍ଥ ହେଲୁନାହିଁ । ଏହାର ସମୀକ୍ଷା ହେବ, ତର୍ଜମା ହେବ । ଅସନ୍ତୁଷ୍ଟ ଲୋକେ କିଭଳି ବିଜେଡିକୁ ଭୋଟ ଦେଲେ, ବିଜେପିର କଣ ଭୁଲ ଚୁକ ରହିଗଲା ଏବଂ ତୃଣମୂଳ ସ୍ତରରେ ସଂଗଠନକୁ କେମିତି ମଜବୁତ କରାଯିବ, ଜନ ଅସନ୍ତୋଷକୁ ଭୋଟରେ ରୂପାନ୍ତରିତ କରାଯିବ ସେ ନେଇ ଆଲୋଚନା କରାଯିବ । ଚଳିତ ନିର୍ବାଚନରେ ବିଜେପିର ଦୟନୀୟ ସ୍ଥିତି ହେବ ନାହିଁ ଏବଂ ଏବେଠୁ 2024 ସାଧାରଣ ନିର୍ବାଚନ ଲାଗି ରଣକୌଶଳ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.