ETV Bharat / city

ଠିକା ନିଯୁକ୍ତି ଭଳି ଠିକା ସରକାରର ମଧ୍ୟ ଉଚ୍ଛେଦ ହେବା ଦରକାର: ଜୟ ନାରାୟଣ ମିଶ୍ର

author img

By

Published : Oct 16, 2022, 4:48 PM IST

ଓଡ଼ିଶାରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ନିର୍ବାଚନ ପୂର୍ବରୁ ଏହା ନବୀନ ବାବୁଙ୍କ ହାଇଡ୍ରାମା ଓ ଧୂଆଁବାଣ । ଠିକା ନିଯୁକ୍ତି ଭଳି ଠିକା ସରକାରର ମଧ୍ୟ ଉଚ୍ଛେଦ ହେବା ଦରକାର । ଅଧିକ ପଢ଼ନ୍ତୁ

ଠିକା ନିଯୁକ୍ତି ଭଳି ଠିକା ସରକାରର ମଧ୍ୟ ଉଚ୍ଛେଦ ହେବା ଦରକାର: ଜୟ ନାରାୟଣ ମିଶ୍ର
ଠିକା ନିଯୁକ୍ତି ଭଳି ଠିକା ସରକାରର ମଧ୍ୟ ଉଚ୍ଛେଦ ହେବା ଦରକାର: ଜୟ ନାରାୟଣ ମିଶ୍ର

ଭୁବନେଶ୍ବର: ଓଡ଼ିଶାରେ ଶେଷ ହୋଇଛି ଚୁକ୍ତି ଭିତ୍ତିକ ନିଯୁକ୍ତିର ଯୁଗ । ଗତକାଲି ରାଜ୍ୟ କ୍ୟାବିନେଟରେ ଏନେଇ ନିଷ୍ପତ୍ତି ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ସାରା ରାଜ୍ୟରେ ସେଲିବ୍ରେସନ ଚାଲିଛି । ବାଜା ବଜେଇ ବାଣ ଫୁଟାଇ ଏହି ଖୁସି ମନାଇଛନ୍ତି ସବୁ ବର୍ଗର ସରକାରୀ ଠିକା କର୍ମଚାରୀ । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଠିକା ନିଯୁକ୍ତି ଭଳି ଠିକା ସରକାର ମଧ୍ୟ ଉଚ୍ଛେଦ ହେବା ଦରକାର ବୋଲି ସେ କହିଛନ୍ତି ।

ଓଡିଶାରୁ ଉଚ୍ଛେଦ ହୋଇଛି ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ବ୍ୟବସ୍ଥା । ଏଥି ସହିତ ୫୭ ହଜାରରୁ ଅଧିକ ଠିକା କର୍ମଚାରୀ ସରକାରୀ କର୍ମଚାରୀ ଭାବେ ନିୟମିତ ହେବେ ( All contractual employees will be regularized) । ଏନେଇ ଗତକାଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ତେବେ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର । ଯେବେ ନିର୍ବାଚନ ଆସେ ନବୀନ ବାବୁ ବହୁ ଡ୍ରାମା କରନ୍ତି । ସେହିଭଳି ଏଇଟା ମଧ୍ୟ କେବଳ ଡ୍ରାମା ଆଉ ଧୂଆଁବାଣ ଛଡା କିଛି ନୁହେଁ ବୋଲି ସେ କହିଛନ୍ତି ।

ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, "ଗ୍ରାମସାଥି, କୃଷକ ସାଥି, ପ୍ରଣୀମିତ୍ର ଭଳି କର୍ମଚାରୀଙ୍କ ଭବିଷ୍ୟତ କଣ, ମୁଖ୍ୟମନ୍ତ୍ରୀ ତାହାର ମଧ୍ୟ ଉତ୍ତର ଦେବାର ଆବଶ୍ୟକତା ରହିଛି । ଓଡ଼ିଶାରେ ଚାଷ କଲେ ଧାନ ବିକ୍ରି ନାହିଁ କି ପାଠ ପଢିଲେ ଚାକିରୀ ନାହିଁ । ଏ ସରକାରରେ ସବୁକିଛି ଠିକାରେ ଚାଲିଛି । ଏ ସରକାର ହିଁ ଠିକା ସରକାର । ତେଣୁ ଠିକା ନିଯୁକ୍ତି ଭଳି ଠିକା ସରକାରର ବି ଉଚ୍ଛେଦ ହେବା ଦରକାର ।" ତେବେ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ପ୍ରଶ୍ନରେ ଉତ୍ତର ଦେଇ ସରକାର କହିଥିଲେ ରାଜ୍ୟରେ କେତେ ଠିକା କର୍ମଚାରୀ ରହିଛନ୍ତି ତାହାର ତଥ୍ୟ ନାହିଁ । ତାହେଲେ କେମିତି ସ୍ଥାୟୀ ନିଯୁକ୍ତି ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.