ETV Bharat / city

ବିଜେଡିରେ ମିଶିଲେ ପୂର୍ବତନ ବିଜେପି ନେତା ବିଶ୍ବରଞ୍ଜନ ମଲ୍ଲିକ - ବିଜେପି ନେତା ବିଶ୍ବରଞ୍ଜନ ମଲ୍ଲିକ

ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଲେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ । ଅଧିକ ପଢନ୍ତୁ...

ବିଜେଡିରେ ମିଶିଲେ ପୂର୍ବତନ ବିଜେପି ନେତା ବିଶ୍ବରଞ୍ଜନ ମଲ୍ଲିକ

author img

By

Published : Oct 29, 2021, 12:27 PM IST

Updated : Oct 29, 2021, 8:01 PM IST

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ସାମିଲ ହେଲେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ । ଆଜି ବିଧିବଦ୍ଧ ଭାବେ ଦଳୀୟ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ବିଶ୍ବରଞ୍ଜନ ।

ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତରେ ପଦ୍ମ ଛାଡି ଶଙ୍ଖ ଫୁଙ୍କିଛନ୍ତି ବିଶ୍ବରଞ୍ଜନ । ଏଥିସହ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ଓ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ସାମଲ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିରେ ମିଶିଲେ ପୂର୍ବତନ ବିଜେପି ନେତା ବିଶ୍ବରଞ୍ଜନ ମଲ୍ଲିକ

୩୫ରୁ ଉର୍ଦ୍ଧ୍ବ ସରପଞ୍ଚ-ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଶ୍ବରଞ୍ଜନ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ବରୀ ଅଞ୍ଚଳରେ ଗମନାଗମନ, ମେଡିକାଲର ବିକାଶ, କଲେଜର ବିକାଶ ଓ ରତ୍ନଗିରିର ବିକାଶ ପାଇଁ ପ୍ରତିଶ୍ରୁତି ମିଳିବା ପରେ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।

ଏହା ସହ ବିଜେପି ଦଳରେ ଗ୍ରହଣିୟତା ନଥିବା ଅନୁଭବ କରି ସେ ବିଜେପି ଛାଡ଼ିଥିବା ପ୍ରକାଶ କରିଛନ୍ତି । ବିଜେପିରେ ନୂଆ ପୁରୁଣା ନେତାଙ୍କ ଭିତରେ ମତଭେଦ ରହିଛି । ରାଜ୍ୟସ୍ତରୀୟ ନେତାଙ୍କ ସହ ଜିଲ୍ଲାସ୍ତରର ନେତା ମଧ୍ୟରେ ତାଳମେଳ ରହୁନଥିବାରୁ ବିଜେଡିରେ ସାମିଲ ହୋଇଥିବା କଥା ବିଶ୍ଵରଞ୍ଜନ କହିଛନ୍ତି । ମିଶ୍ରଣ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା, ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ସାମଲ, ବରୀ ବିଧାୟକ ସୁନନ୍ଦା ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 29, 2021, 8:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.