ETV Bharat / city

‘ରାୟପୁରର ରାଜ ଖୋଲୁ, ତଦନ୍ତ ରିପୋର୍ଟ ନିଜେ ଦେଖନ୍ତୁ ନବୀନ’

author img

By

Published : Oct 24, 2021, 7:40 PM IST

Updated : Oct 24, 2021, 8:12 PM IST

ମମିତା ମେହେର ଘଟଣାକୁ ପୋଲିସ ଦୁର୍ବଳ କରିବା ପାଇଁ ଚେଷ୍ଟା ଚଲାଇଛି । ମହାଲିଙ୍ଗ ସନସାଇନ କଲେଜରେ ବିଭିନ୍ନ ସମୟରେ ବହୁମନ୍ତ୍ରୀ ସରକାରୀ ଅଧିକାରୀ ଆସୁଥିବା ଅଭିଯୋଗ କଲେ ବିଜେପି ନେତା । ଅଧିକ ପଢନ୍ତୁ...

BJP Leader bijaya mahapatra pressmeet on mamita murder case
ମମିତା ମେହେର ପ୍ରସଙ୍ଗରେ ବିଜେପି ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: କଳାହାଣ୍ଡି ମହାଲିଙ୍ଗ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ମହାଖୁଲାସା । ଏହା ଓଡିଶାରେ ଭୟଙ୍କର ଘଟଣା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନିଜେ ଅନୁଧ୍ୟାନ କରି ଖୁବଶୀଘ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି ବିଜୟ ।

ମହାଲିଙ୍ଗ ସନସାଇନ କଲେଜ ଶିକ୍ଷୟତ୍ରୀ ମମିତା ମେହେର ଘଟଣାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କିହଛନ୍ତି ଯେ ମମିତା ଘଟଣା ଅତ୍ୟନ୍ତ ଭୟଙ୍କର ଘଟଣା । ଏଭଳି ଭୟଙ୍କର ଘଟଣା ଆଗରୁ ଓଡ଼ିଶାର କେବେ ହୋଇନଥିଲା । ପୋଲିସ ଯେଉଁ ଭଳି ଭାବରେ ଗତ 8 ଦିନ ହେବ ତଦନ୍ତ ନାଟକ କରୁଛି ଏଥିରୁ ଲାଗୁଛି ଡ଼ିଆଇଜି ଓ ଏସପି କ୍ରାଇମର ତଦନ୍ତ କରୁନାହାନ୍ତି ବରଂ ଫିଲ୍ମ ସୁଟିଂ କରୁଛନ୍ତି । ରେକଡ଼ିଂ କରି ତା ସ୍କ୍ରିପ୍ଟକୁ ଚାରିଆଡେ ପଠାଇବା ନିହାତି ଭାବେ ଭାବେ ସନ୍ଦେହକୁ ଆହୁରି ଘନୀଭୂତ ହେଉଛି । ଗୋବିନ୍ଦକୁ ଖସେଇ ଦେବାକୁ ପୁଣି ଉଦ୍ୟମ ହେଲାଣି । ପୋଲିସ ଆଗରେ ଯଦି ସେ ସତ ମାନିଲା ତେବେ ଆଜି ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ କାହିଁକି ଦୋଷ ସ୍ବୀକାର କଲା ନାହିଁ ।

ରାୟପୁରର ରାଜ ଖୋଲୁ, ତଦନ୍ତ ରିପୋର୍ଟ ନିଜେ ଦେଖନ୍ତୁ ନବୀନ
କ୍ରାଇମ ତଦନ୍ତ ବିଷୟରେ ଯାହାର ସାଧାରଣ ଜ୍ଞାନ ନ ଥାଏ ସେହି ମାନେ ଏହି କେସର ଦାୟିତ୍ୱ ନେଇଛନ୍ତି । ହାଜତ ବଦଳରେ ବାରାକରେ କାହିଁକି ଗୋବିନ୍ଦକୁ ରଖାଗଲା । ବର୍ତ୍ତମାନ ଏହି ଘଟଣାକୁ ଦୁର୍ବଳ କରିବା ପାଇଁ ପୋଲିସ ଲାଗି ପଡିଛି । ଅଭିଯୁକ୍ତର ଟିଆଇ ପ୍ୟାରେଡ଼ କାହିଁକି କରୁନି ପୋଲିସ । ଦୁଇ ମାସ ଧରି ଏହି ଘଟଣା ଚାଲିଛି । ଝିଅ ସହିତ କମ୍ପ୍ରମାଇଜି କରିବା ଲାଗି ଚେଷ୍ଟା କରାଯାଉଥିଲା । ଏ କଥା ପୋଲିସ ଚଲାଉ ଥିବା ଲୋକମାନେ ବି ଜାଣିଛନ୍ତି । କେବଳ ମନ୍ତ୍ରୀ ସେଠାକୁ ଯାଇ ନାହାନ୍ତି ବରଂ ଅନେକ ସରକାରୀ ଅଧିକାରୀ ବି ସେଠାକୁ ଯାଇଛନ୍ତି । ଏପରିକି କମ୍ପ୍ରମାଇଜ କରିବା ପାଇଁ ମନ୍ତ୍ରୀ, ଗୋବିନ୍ଦ ଓ ମମିତାକୁ ନେଇ ରାୟପୁରରେ ବୈଠକ କରିଛନ୍ତି । ତାହା ପୁଣି ମନ୍ତ୍ରୀଙ୍କ ନିଜ ବାସଭବନରେ । ମନ୍ତ୍ରୀ ରାୟପୁର ଯାଇଛନ୍ତି କି ନାହିଁ ତାହାର ତଦନ୍ତ କରନ୍ତୁ ବୋଲି ବିଜୟ ମହାପାତ୍ର ଦାବି କରିଛନ୍ତି । ସତ ଘଟଣା ଗୁଡିକୁ ସରକାର ଅଫିସର ସମସ୍ତେ ଘଣ୍ଟ ଘୋଡାଇବା ପାଇଁ ଲାଗିଛନ୍ତି । ‘ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରୁଛି ଯେ ଯେଉଁ ତଦନ୍ତ ରିପୋର୍ଟ ଆସିଛି ମୁଖ୍ୟମନ୍ତ୍ରୀ ତାହାର ନିଜେ ଅନୁଧ୍ୟାନ କରନ୍ତୁ । ଅନୁଧ୍ୟାନ କରି ଚୁପ ବସି ଯାଆନ୍ତୁ ନାହିଁ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରୁଛି । ଯେଉଁ ରିପୋର୍ଟ ଆସିଛି ତାକୁ କିଛି ଅଣ ଓଡିଆ ଅଫିସର ଲୁଚେଇକି ରଖିଛନ୍ତି । ତାକୁ ମୁଖ୍ୟମନ୍ତ୍ରୀ ମଗାନ୍ତୁ ଆଉ ଦେଖିବା ପରେ ହିଁ ସେ ଆପେ ଆପେ କାର୍ଯ୍ୟାନୁଷ୍ଠାନ ନେଇଯିବେ’ । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 24, 2021, 8:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.