ଭୁବନେଶ୍ବର: ଘୋର ଜଳ ସଙ୍କଟ ଭିତରକୁ ଠେଲି ହୋଇଯିବ ଓଡିଶା । ଅଣମୌସୁମୀ ସମୟରେ ସମ୍ପୂର୍ଣ୍ଣ ଶୁଖିଯିବ ମହାନଦୀ । ଛତିଶଗଡ ଓ ଓଡିଶା ମଧ୍ୟ ଲାଗି ରହିଥିବା ମହାନଦୀ ଜଳ ବିବାଦ ଉପରେ ଆଜି ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ।
ମହାନଦୀ ଜଳ ବିବାଦ ଦିନେ ରାଜ୍ୟରେ ତୁମ୍ବିତୋଫାନ ସୃଷ୍ଟି କରିଥିଲା । ସବୁବର୍ଗ ଓ କ୍ଷେତ୍ରରେ ତତ୍ପରତା ଦେଖାଦେଇଥିଲା । ଆଉ ଏଥିପାଇଁ 2018 ମସିହାରେ ଗଠନ ହୋଇଥିଲା ଟ୍ରିବ୍ୟୁନାଲ । ଏହି ଟ୍ରିବ୍ୟୁନାଲ ଦ୍ବାରା ନ୍ୟାୟ ମିଳିବ ବୋଲି ଆଶା ବାନ୍ଧିଥିଲେ ଓଡିଶାବାସୀ । ହେଲେ ମାର୍ଚ୍ଚ ମାସରେ ଏହି ଟ୍ରିବ୍ୟୁନାଲ ତିନି ବର୍ଷ ବର୍ଷ ଶେଷ ହେବା ଏହାର ବୈଧତା ଶେଷ ହେବ । କିନ୍ତୁ ଟ୍ରିବ୍ୟୁନାଲର ଫଳାଫଳ କଣ ହେଲା ସେନେଇ ସରକାର କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କଲେ ନାହିଁ । ଏହି ପ୍ରସଙ୍ଗରେ ଚୁପ ବସିପଡିଛନ୍ତି ବିରୋଧୀ ଓ ବିଭିନ୍ନ ସଂସ୍ଥା । ତେବେ ଟ୍ରିବ୍ୟୁନାଲରେ ହୁଏତ ସରକାର ଲଢେଇ କରିପାରୁନାହାଁନ୍ତି କିମ୍ବା ସଠିକ ତଥ୍ୟ ଉପସ୍ଥାପନା କରାଯାଇପାରୁନାହିଁ । ଫଳସ୍ବରୂପ ଆଜି ପର୍ଯ୍ୟନ୍ତ ଏହି ପ୍ରସଙ୍ଗ ସମାଧାନ ହୋଇପାରିଲା ନାହିଁ ବୋଲି ବିଜୟ କହିଛନ୍ତି ।କେନ୍ଦ୍ର ସରକାର ଚାହିଁଲେ ଯଦିଓ ଟ୍ରିବ୍ୟୁନାଲର ଅବଧି ଆଉ 2 ବର୍ଷ ବଢାଇ ପାରିବେ କିନ୍ତୁ ବଢାଇବେ କି ନାହିଁ ତାହା କିଏ କହିବ ?
ସେହିପରି ରାଜ୍ୟ ସରକାର ହୀରାକୁଦର ତଳମୁଣ୍ଡରେ ଘୋଷଣା କରିଥିବା 6ଟି ପ୍ରକଳ୍ପ କୁଆଡେ ଗଲା ? ଇବ ପ୍ରକଳ୍ପ ପରି ମହାନଦୀର ଉପର ମୁଣ୍ଡରେ ଥିବା ଉପନଦୀରେ ମଧ୍ୟ 12 ଟି ପ୍ରକଳ୍ପ ହୋଇପାରୁନାହିଁ । ଏହି ପ୍ରକଳ୍ପ ହୋଇପାରିବ ନାହିଁ ବୋଲି କେନ୍ଦ୍ର କହିସାରିଛି । ବ୍ରିଜ କଣ ବ୍ୟାରେଜ ବି ହେଉନାହିଁ । 6 ଟି ବ୍ୟାରେଜ କହିଥିଲେ ତାହା ମଧ୍ୟ ହେଲା ନାହିଁ । ତେଣୁ ଆଗକୁ ମହାନଦୀ ଓ ଶାଖାନଦୀ ସମ୍ପୂର୍ଣ୍ଣ ଶୁଖିବା ଆଗରୁ ଏହାକୁ ସଂସଦରେ ଉଠାଇବାକୁ ବିଜେପି ନେତା କହିଛନ୍ତି ।
ଅନ୍ୟପଟେ, ଲକଡାଉନ ସମୟରେ କଳକାରଖାନା ବନ୍ଦ ଥିବାରୁ ଛତିଶଗଡ ଅଧିକ ପାଣି ଛାଡିଥିଲା । ଆଉ ଏହି ସମୟରେ ସେ କେଲୋ ବ୍ୟାରେଜର ମରାମତି କରିଦେଲେ । ଆଉ ଏବେ ଲକଡାଉନ ଖୋଲିବା ସହ କଳକାରଖାନା ସ୍ବଭାବିକ ହେବା ପରେ ପୁଣି ପାଣି ଛାଡିବା ବନ୍ଦ କରିଦେଇଛି । ତେଣୁ ଓଡିଶାକୁ ଉଭୟ ପଟୁ କ୍ଷତି ସହୁଛି । ସରକାର ଏ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ରାଜ୍ୟବାସୀଙ୍କ ଆଗରେ ଉତ୍ତର ରଖିବାକୁ ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ