ETV Bharat / city

ଜିନ୍ଦଲ କମ୍ପାନୀଠୁ ଚାନ୍ଦା ଆଦାୟ ପାଇଁ ରାଜନୈତିକ ବିରୋଧ ହେଉଛି: ବିଜେପି

author img

By

Published : Jan 18, 2022, 6:35 PM IST

ଜଗତସିଂହପୁର ଢିଙ୍କିଆ ବିବାଦକୁ ନେଇ ମତ ରଖିଲା ବିଜେପି । ଜିନ୍ଦଲ କମ୍ପାନୀଠୁ ଚାନ୍ଦା ଆଦାୟ ପାଇଁ ଏହି ରାଜନୈତିକ ବିରୋଧ ହେଉଛି ବୋଲି କହିଛନ୍ତି ବିଜେପି ନେତା ବିଭୁ ତରାଇ । ଅଧିକ ପଢନ୍ତୁ

ଜିନ୍ଦଲ କମ୍ପାନୀଠୁ ଚାନ୍ଦା ଆଦାୟ ପାଇଁ ରାଜନୈତିକ ବିରୋଧ ହେଉଛି: ବିଜେପି
ଜିନ୍ଦଲ କମ୍ପାନୀଠୁ ଚାନ୍ଦା ଆଦାୟ ପାଇଁ ରାଜନୈତିକ ବିରୋଧ ହେଉଛି: ବିଜେପି

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ଚାଲିଛି ବାଦ ବିବାଦ । ଏହାକୁ ନେଇ ପ୍ରିତିକ୍ରିୟା ରଖିଛି ବିଜେପି । ଏଠାରେ ନିରୀହ ଲୋକଙ୍କ ଉପରେ ଯେଉଁ ଲାଠି ଚାର୍ଜ ହେଲା ସେଥିରେ ପ୍ରାୟ 500 ଲୋକ ଆହତ ହୋଇଛନ୍ତି। ଲୋକଙ୍କ ସହ ଆଲୋଚନା ନକରି ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ନକରାତ୍ମକ ବାର୍ତ୍ତା ଦେଉଛି । ଦାମ ରାଉତ ଓ ପ୍ରଶାନ୍ତ ମୁଦୁଲିଙ୍କ ଭିତରେ ଥିବା ଅନ୍ତର୍ଦ୍ବନ୍ଦ୍ବର ଏହା ପ୍ରତିଫଳନ ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ନେତା ବିଭୁ ତରାଇ ।

ଜିନ୍ଦଲ କମ୍ପାନୀଠୁ ଚାନ୍ଦା ଆଦାୟ କରିବାକୁ ଏଭଳି ରାଜନୈତିକ ବିରୋଧ ହେଉଛି । ଲୋକଙ୍କ କଥା ଶୁଣିବା ଆବଶ୍ୟକତା ଅଛି, କେତେ କ୍ଷତିପୂରଣ ମିଳିବ, ବିକଳ୍ପ ଜୀବିକା ସମ୍ପର୍କରେ ପ୍ରଶାସନ ବୁଝାଇବା ପରିବର୍ତ୍ତେ ଶାସକ ଦଳର ସ୍ଥାନୀୟ ନେତାଙ୍କ କଥାରେ ପରିଚାଳନା ହେଉଛନ୍ତି । ଯାହାକି ଶିଳ୍ପ ପାଇଁ ଶୁଭ ଲକ୍ଷଣ ନୁହେଁ। ସରକାର ଘୋଷଣା କରିବା ଦରକାର ଯେ ପାନ ବରଜ ଗଲେ, କେତେ କ୍ଷତିପୂରଣ ମିଳିବ ।

ଏହା ବି ପଢନ୍ତୁ: ଢ଼ିଙ୍କିଆରେ ବିଜେପି ପ୍ରତିନିଧି ଦଳ: ଗ୍ରାମବାସୀଙ୍କ ସହ କଲେ ଆଲୋଚନା

ସର୍ବଦଳୀୟ ବୈଠକ ଡାକି ସ୍ଥାନୀୟ ପ୍ରଶାସନ ସମାଧାନ ବାଟ ବାହାର କରିବା ଆବଶ୍ୟକ । ଶିଳ୍ପ ପ୍ରତିଷ୍ଠା କରିନଦେବା ଉଦ୍ଦେଶ୍ୟରେ ସରକାର ଏହା କରୁଛନ୍ତି । ଡାହାଣୀ ହେଇ ଲାଗୁଛନ୍ତି, ଗୁଣିଆ ହେଇ ଛଡାଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଗାଁରେ ପୋଲିସ ମୁତୟନ ମାନବ ଅଧିକାର କ୍ଷୁଣ୍ଣ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.