ETV Bharat / city

‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ସ୍ବୟଂଶାସିତ କରାଯାଉ’ - ପଶ୍ଚିମ ଓଡିଶା ବିକାଶ ପରିଷଦରେ ବ୍ୟତିକ୍ରମ

ରାଜ୍ୟ ସରକାର, ପଶ୍ଚିମ ଓଡିଶା ବିକାଶ ପରିଷଦରେ ବ୍ୟତିକ୍ରମ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ସ୍ବୟଂଶାସିତ କରାଯାଉ

author img

By

Published : Oct 8, 2020, 9:13 PM IST

ଭୁବନେଶ୍ବର: ରାଜ୍ୟ ସରକାର, ପଶ୍ଚିମ ଓଡିଶା ବିକାଶ ପରିଷଦରେ ବ୍ୟତିକ୍ରମ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଗୁରୁବାର ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ସ୍ୱୟଂ ଶାସିତ କରାଯାଉ ବୋଲି ଦାବି କରିଛନ୍ତି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ସ୍ବୟଂଶାସିତ କରାଯାଉ

ସିଏଜିର ସଦ୍ୟତମ ତଥ୍ୟ ଅନୁଯାୟୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଉନ୍ନୟନ କାର୍ଯ୍ୟ ସୁଚାରୁ ରୂପେ କରାଯାଇନାହିଁ । ବାସ୍ତବରେ ବିକାଶ ପରିଷଦ କାର୍ଯ୍ୟରେ ୩୦ ପ୍ରତିଶତରୁ ଅଧିକ ଖର୍ଚ୍ଚ ହେବା କଥା, ହେଲେ ସରକାର ମାତ୍ର ୧୧ ପ୍ରତିଶତ ଖର୍ଚ୍ଚ କରିଛନ୍ତି ।

ସେହିଭଳି ପଶ୍ଚିମ ଓଡ଼ିଶାରେ ମେଡ଼ିକାଲ କଲେଜ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଛି । ସରକାର ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଥଇଥାନ କେନ୍ଦ୍ରରେ ପରିଣତ କରିଛନ୍ତି । ରାଜ୍ୟର ପଶ୍ଚିମ ଅଞ୍ଚଳରେ ପରିଷଦର ମୁଖ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଉ । କେନ୍ଦୁପତ୍ରରୁ ସରକାର ଲାଭ କରୁଛନ୍ତି, ତୋଳାଳୀଙ୍କୁ ସେମାନଙ୍କ ଶ୍ରମର ଉଚିତ ମୂଲ୍ୟ ଦିଆଯାଉ । ନିର୍ବାଚନ ସମୟରେ ଗଙ୍ଗାଧର ମେହେର ଜଳ ପ୍ରକଳ୍ପର ପ୍ରତିଶୃତି ଦେଇ କାର୍ଯ୍ୟ କଲେନାହିଁ । ତେଣୁ ସରକାର ଗଙ୍ଗାଧର ମେହେର ଜଳ ପ୍ରକଳ୍ପର ପ୍ରତିଶୃତି ରକ୍ଷା କରନ୍ତୁ ବୋଲି ଦାବି କରିଛନ୍ତି ପ୍ରଦୀପ ପୁରୋହିତ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.