ETV Bharat / city

ମଣ୍ଡି ଓ ପିଣ୍ଡି ବ୍ୟବସ୍ଥା ଏ ସରକାର ଆଜି ପର୍ଯ୍ୟନ୍ତ କରିପାରିଲେ ନାହିଁ: ପ୍ରଦୀପ ପୁରୋହିତ

ଧାନକିଣାରେ ଦେଖାଯାଉଥିବା ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଧାନ କିଣାବିକା ଓ ମଣ୍ଡି ସମସ୍ୟା ଲାଗି ରହିଛି । ସରକାର ଯେତେ ବାହାବା ନେଲେ ବି ଜାଣିପାରୁନାହାନ୍ତି ମଣ୍ଡିରେ ଧାନ ପଡିରହିଛି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

author img

By

Published : Jan 26, 2022, 4:43 PM IST

ମଣ୍ଡି ଓ ପିଣ୍ଡି ବ୍ୟବସ୍ଥା ଏ ସରକାର ଆଜି ପର୍ଯ୍ୟନ୍ତ କରିପାରିଲେ ନାହିଁ: ପ୍ରଦୀପ ପୁରୋହିତ
ମଣ୍ଡି ଓ ପିଣ୍ଡି ବ୍ୟବସ୍ଥା ଏ ସରକାର ଆଜି ପର୍ଯ୍ୟନ୍ତ କରିପାରିଲେ ନାହିଁ: ପ୍ରଦୀପ ପୁରୋହିତ

ଭୁବନେଶ୍ବର: ଧାନକିଣାରେ ଦେଖାଯାଉଥିବା ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଧାନ କିଣାବିକା ଓ ମଣ୍ଡି ସମସ୍ୟା ଲାଗି ରହିଛି । ସରକାର ଯେତେ ବାହାବା ନେଲେ ବି ଜାଣିପାରୁନାହାନ୍ତି ଯେ ମଣ୍ଡିରେ ଧାନ ପଡିରହିଛି । ଅଦିନିଆ ବର୍ଷାରେ ଧାନ ଗଜା ହୋଇଗଲାଣି । ଟୋକନ ପାଇଲେ କ’ଣ ହେବ ? ମଣ୍ଡି ବ୍ୟବସ୍ଥା ଏସରକାର ଆଜିପର୍ଯ୍ୟନ୍ତ କରିପାରିଲେ ନାହିଁ । ଧାନ କିଣାବିକାରେ ଓଡିଶା ବିଫଳ ହୋଇଛି । ଚାଷୀ ହତାଶ ହୋଇ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

ସେପଟେ ମିଲର୍ସମାନେ କଟନିଛଟନି କରୁଛନ୍ତି । ଏଥର କେନ୍ଦ୍ର ସରକାର ଟାର୍ଗେଟ ଦେଇଥିଲେ ୭୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବା ପାଇଁ ହେଲେ ଓଡିଶା ସରକାର ଭିତ୍ତିଭୂମି ଠିକ୍ କରିପାରିଲା ନାହିଁ । ଧାନ ଗଚ୍ଛିତ ରଖିବା ପାଇଁ ଓଡିଶା ସରକାରଙ୍କ ପାଖରେ ମାତ୍ର ୩.୭୯ ଲକ୍ଷ ମେଟ୍ରିକ ଟନ୍ ବ୍ୟବସ୍ଥା ଅଛି । ୨୨ ବର୍ଷ ଭିତରେ ସରକାର ଗୋଦାମ ଘର ନିର୍ମାଣ କଲେ ନାହିଁ ଏବଂ ଯେଉଁ ଚାଉଳ ଦେଉଛନ୍ତି ତାକୁ କେଉଁଠି ରଖିବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପୁରୋହିତ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.