ETV Bharat / city

ପ୍ରଦୀପ ମାଝୀଙ୍କୁ ସୁବିଧାବାଦୀ ନେତା କହିଲା ବିଜେପି - ପ୍ରଦୀପଙ୍କ ଇସ୍ତଫା ନେଇ ସମାଲୋଚନା

ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଜେଡିରେ ସାମିଲ ହେବା ନେଇ ଜୋର ଧରିଛି ଚର୍ଚ୍ଚା । ନିର୍ବାଚନ ସମୟରେ ଦଳ ବଦଳ ଗୋଟିଏ ସାଧାରଣ ପ୍ରକ୍ରିୟା କହି ପ୍ରଦୀପଙ୍କୁ ସୁବିଧାବାଦୀ ନେତା ଭାବେ ସମାଲୋଚନା କଲା ବିଜେପି । ଅଧିକ ପଢନ୍ତୁ...

ପ୍ରଦୀପ ମାଝୀଙ୍କୁ ସୁବିଧାବାଦୀ ନେତା କହିଲା ବିଜେପି

author img

By

Published : Oct 24, 2021, 7:32 AM IST

ଭୁବନେଶ୍ବର: କଂଗ୍ରେସ ସହ ୧୫ ବର୍ଷର ସମ୍ପର୍କ ତୁଟାଇଛନ୍ତି ପ୍ରଦୀପ ମାଝୀ । ଏହି ଟାଣୁଆ ନେତା ଦଳରୁ ଇସ୍ତଫା ଦେବା ପରେ ଦଳୀୟ ନେତା ତାଙ୍କୁ ସୁବିଧାବାଦୀ କହି ଭତ୍ସନା କରୁଥିବାବେଳେ ବିଜେପି ମଧ୍ୟ ପ୍ରଦୀପଙ୍କୁ ସମାଲୋଚନା କରିଛି । ନିର୍ବାଚନ ଆସିଲେ ଦଳବଦଳ ଏକ ସାଧାରଣ ପ୍ରକ୍ରିୟା ହୋଇଗଲାଣି । ଯେଉଁମାନେ ସୁବିଧାବାଦୀ ରାଜନୀତି କରନ୍ତି, ଗୋଟିଏ ଦଳରୁ ଫାଇଦା ଉଠାଇ ଅନ୍ୟ ଦଳରେ ଫାଇଦା ହାସଲ ପାଇଁ ସାମିଲ ହୋଇଥାନ୍ତି । କଂଗ୍ରେସର ପିସିସି କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ବର୍ତ୍ତମାନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ତାଙ୍କୁ ସୁବିଧାବାଦୀ କହି ଭତ୍ସନା କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

ପ୍ରଦୀପ ମାଝୀଙ୍କୁ ସୁବିଧାବାଦୀ ନେତା କହିଲା ବିଜେପି

ବିଜେଡି ବିରୋଧି ଦଳ ନେତାଙ୍କୁ ନିଜ ଦଳରେ ସାମିଲ କରି ଅନ୍ୟ ଦଳକୁ ଭାଙ୍ଗିବାର ପ୍ରୟାସ ଜାରି ରଖିଛି । କଂଗ୍ରେସ ଦଳ ପ୍ରାୟ ଶେଷ ହୋଇଗଲାଣି । କଂଗ୍ରେସ ଛାଡି ବିଜୁ ଜନତା ଦଳରେ ମିଶିଥିବା ବିଭିନ୍ନ ହେଭିୱେଟ ନେତାଙ୍କ ଦୃଷ୍ଟାନ୍ତ ଦେଇ ବିଜେଡିକୁ ଏଭଳି କଟାକ୍ଷ କରିଛନ୍ତି ପ୍ରଦୀପ ପୁରୋହିତ । ସେ କହିଛନ୍ତି, ବିଜେପିକୁ ଭାଙ୍ଗିବାରେ ଶାସକ ଦଳ କେବେ ସକ୍ଷମ ହେବେ ନାହିଁ । କାରଣ ବିଜେପି ଏକ ବିଚାରଧାରାର ପାର୍ଟି । ବିଜେପି ନେତା ପ୍ରଲୋଭିତ ହୋଇ ଦଳ ଛାଡନ୍ତି ନାହିଁ । ଦଳ ତୃଣମୂଳ ସ୍ତରରୁ ସୁଦୃଢ ଅଛି । ଯଦି ବି ଗୋଟିଏ ଦୁଇଟି ନେତା ବିଜେଡିରେ ସାମିଲ ହୁଅନ୍ତି ତେବେ ମଧ୍ୟ ବିଜେପିର କୌଣସି ପ୍ରଭାବ ପଡିବ ନାହିଁ ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ନିଜ ଦଳର ବିଜୟକୁ ନେଇ କୃଷକ ମୋର୍ଚ୍ଚା ସଭାପତି ଦମ୍ଭୋକ୍ତ ପ୍ରକାଶ କରି କହିଛନ୍ତି, ବର୍ତ୍ତମାନ କଂଗ୍ରେସ ସମାପ୍ତ ହେବାକୁ ବସିଲାଣି । ତେଣୁ ବର୍ତ୍ତମାନ ରାଜ୍ୟବାସୀଙ୍କ ପାଖରେ ଦୁଇଟି ଦଳ ରହିଛି । ଓଡିଶାର ଲୋକେ ବିକଳ୍ପ ସନ୍ଧାନରେ ଅଛନ୍ତି । ତେଣୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଯେତେ ରଣକୌଶଳ ପ୍ରସ୍ତୁତ କଲେ ମଧ୍ୟ ବିଜେପି ବିପୁଳ ସମର୍ଥନ ସହ ଜିତିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.