ETV Bharat / city

ବରଗଡ ମୁଖ୍ୟ ଯୋଗାଣ ଅଧିକାରୀ ନିଲମ୍ବନକୁ ନେଇ ବିଜେଡି ଉପରେ ବର୍ଷିଲା ବିଜେପି

author img

By

Published : Mar 5, 2022, 4:22 PM IST

ବରଗଡ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ଗତକାଲି ରାଜ୍ୟ ଖାଦ୍ଯ ଏବଂ ଯୋଗାଣ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଅଧିକ ପଢନ୍ତୁ

ବରଗଡ ମୁଖ୍ୟ ଯୋଗାଣ ଅଧିକାରୀ ନିଲମ୍ବିତ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ବର: ବରଗଡ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ରାଜ୍ୟ ଖାଦ୍ଯ ଏବଂ ଯୋଗାଣ ବିଭାଗ ପକ୍ଷରୁ ନିଲମ୍ବିତ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଏନେଇ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଯେତିକି ଭିଟାମିନ ଯୁକ୍ତ ଚାଉଳ କିଣିବା କଥା, ମିଲର ମାନଙ୍କ ଠାରୁ ଅଧିକ କ୍ବିଣ୍ଟାଲ ଭିଟାମିନ ଯୁକ୍ତ ଚାଉଳ କିଣିଲେ ସରକାର ।

କିନ୍ତୁ ବାସ୍ତବ ଚିତ୍ର ଦେଖିବାକୁ ଗଲେ, ଏଥର ଖରିଫ ୠତୁରେ ଧାନ କିଣାବିକାରେ ଯେଉଁ ବ୍ୟାପକ ଅବ୍ୟବସ୍ଥା ହେଲା । ପାଖାପାଖି ୫୦୦କୋଟି ଟଙ୍କା ରାଜ୍ୟର ୭୦ଭାଗ ଚାଷୀ ଯେଉଁମାନେ ମଣ୍ଡିରେ ଧାନ ବିକ୍ରି କଲେ ୫କେଜିରୁ ୧୦କେଜି ପର୍ଯ୍ୟନ୍ତ ମିଲର ମାନେ କଟନି ଛଟନୀ କଲେ ଏବଂ ଏଥିରେ ସାରା ଓଡିଶାର ସିଭିଲ ସପ୍ଲାଇ ଅଧିକାରୀ ମାନେ ସମ୍ପୃକ୍ତ ଅଛନ୍ତି । ସମସ୍ତେ ତାଙ୍କର ଭାଗବାଣ୍ଟ ପଇସା ପାଇଲେ ଏବଂ ମିଲର ମାନଙ୍କ ଜରିଆରେ କୋଟି କୋଟି ଟଙ୍କା ଲୁଟ ହେଲା ।

ଯଦି ଓଡିଶା ସରକାର ଚାଷୀଙ୍କ ଧାନ କଟନି ଛଟନି କରିବା କାରଣରୁ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଜଣେ ହେଲେ ସିଭିଲ ସପ୍ଲାଇ ଅଧିକାରୀଙ୍କୁ ନିଲମ୍ବିତ କରିଥାନ୍ତେ ଖୁସି ଲାଗିଥାନ୍ତା । ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନେକ ସିଭିଲ ସପ୍ଲାଇ ଅଧିକାରୀ ଓ ମିଲର ମାନେ ବିଜେଡ଼ିକୁ ବ୍ୟାପକ ଚାନ୍ଦା ଦେଇଛନ୍ତି । କିନ୍ତୁ ବୋଧେ ବରଗଡ଼ର ସିଏସଓ ବିଜେଡ଼ି ମାଗିଥିବା ଅନୁସାରେ ଚାନ୍ଦା ଦେଇପାରିଲେ ନାହିଁ ତେଣୁ ତାଙ୍କୁ ନିଲମ୍ବିତ କରାଗଲା । ହେଲେ ଯଦି ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯାଇଥାନ୍ତା ତାହେଲେ ଅଧିକାଂଶ ସିଭିଲ ସପ୍ଲାଇ ଅଧିକାରୀ ନିଲମ୍ବିତ ହେବେ ।

ଏହା ମଧ୍ୟ ପଢନ୍ତୁ: ଚାଉଳ କିଣାରେ ହେରଫେର, ବରଗଡ ମୁଖ୍ୟ ଯୋଗାଣ ଅଧିକାରୀ ନିଲମ୍ବିତ

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସରକାରଙ୍କୁ ଆହ୍ୱାନ କରୁଛି ଯେ, ଯେଉଁ ଅଧିକାରୀ ମାନେ ଚାଷୀ ମଣ୍ଡିକୁ ଭଲ ଧାନ ନେଇଥିବା ସତ୍ତ୍ବେ ୫ କେଜିରୁ ୧୦ କେଜି କାଟିଛନ୍ତି, ବସ୍ତା ଓ ପରିବହନ ବାବଦକୁ ପଇସା ଚାଷୀଙ୍କୁ ଦେଇ ନାହାନ୍ତି, ମିଲର ମାନଙ୍କୁ ସେହି ପଇସା ଦେଇଛନ୍ତି ସେମାନଙ୍କୁ ସସପେଣ୍ଡ କରନ୍ତୁ ରାଜ୍ୟ ସରକାର । ତାହେଲେ ଚାଷୀଙ୍କ ସ୍ୱାର୍ଥ କଥା ସରକାର ଚିନ୍ତା କରୁଛନ୍ତି ବୋଲି ଜଣାପଡ଼ିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.