ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋରଦାର ଚାଲିଛି । କିଏ ଦଳୀୟ ଟିକଟ ପାଇଁ ଦଳ ଛାଡି ଅନ୍ୟ ଦଳରେ ମିଶୁଛି ତ କିଏ ଦଳକୁ ମଜବୁତ କରିବା ପାଇଁ ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଆଜି (ଶନିବାର) ବିଜେପିରେ ସାମିଲ ହୋଇଛନ୍ତି ବରୀ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା । ବିଜେପି କାର୍ଯ୍ୟାଳୟରେ ସ୍ବାଗତ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
Panchayat Polls: ଜିଲ୍ଲାପାଳ ଓ SPଙ୍କ ସହ ଚାଲିଛି ନିର୍ବାଚନ ଆୟୋଗଙ୍କ ଆଲୋଚନା
ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବରୀ ନିର୍ବାଚନ ମଣ୍ଡଳୀର 22 ନମ୍ବର ଜିଲ୍ଲା ପରିଷଦ ଜୋନରୁ ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କବିର ଦାସ ଏବଂ କେଶରିୟା ହିନ୍ଦୁ ବାହିନୀର ପ୍ରମୁଖ ସଂଗଠକ ରବୀନ୍ଦ୍ର ଶତପଥୀଙ୍କ ସହ ଶତାଧିକ ପୁରୁଷ ଏବଂ ମହିଳା ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳରେ ସ୍ବାଗତ କରିଛନ୍ତି । ଏହି ମିଶ୍ରଣ ଦ୍ବାରା ଭବିଷ୍ୟତରେ ବରୀ ନିର୍ବାଚନ ମଣ୍ଡଳୀ ଏବଂ ଯାଜପୁର ଜିଲ୍ଲାରେ ବିଜେପିର ସଙ୍ଗଠନ ମଜବୁତ ହେବ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ