ଭୁବନେଶ୍ବର: ଜାନୁଆରୀ 7 ତାରିଖରେ ଓଡିଶା ଆସିବେ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ହତ୍ୟାର ଶିକାର ହୋଇଥିବା ଦୁଇ ବିଜେପି କର୍ମୀଙ୍କ ଗାଁକୁ ଯିବେ । ସେଠାରେ ତାଙ୍କ ପରିବାରକୁ ଭେଟିବେ ବୋଲି ଜଣାପଡିଛି ।
ଡି ପୁରନ୍ଦେଶ୍ବରୀ ରାଜ୍ୟ ବିଜେପିର ପ୍ରଭାରୀ ଭାବେ ଚୟନ ହେବା ପରେ ଏହା ତାଙ୍କର ଦ୍ବିତୀୟ ଗସ୍ତ ହେବ । ପୂର୍ବରୁ ପରୀ ହତ୍ୟାକାଣ୍ଡରେ ସେ ଓଡିଶା ଗସ୍ତ କରିବା ସହ ନୟାଗଡ ଯଦୁପୁର ଯାଇ ପରୀ ପରିବାରକୁ ଭେଟିଥିଲେ ।
ସୂଚନାଥାଉକି, ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଘଟଣାକୁ ନେଇ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ନାମରେ ମାମଲା ରୁଜୁ ହୋଇଛି ।
କୁଳମଣି ବରାଳ ମାହାଙ୍ଗାରେ ଚାଲିଥିବା ଆବାସ ଯୋଜନା ଦୁର୍ନୀତିର ପର୍ଦ୍ଦାଫାଶ କରୁଥିବାରୁ ଶାସକ ଦଳ ପ୍ରତିହିଂସା ପରାୟଣ ହୋଇ ଏପରି କରିଥିବା ବିଜେପି ଅଭିଯୋଗ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ