ETV Bharat / city

ସୁଲଭ ମୂଲ୍ୟରେ ନୀରବଚ୍ଛିନ୍ନ ବିଜୁଳି ଯୋଗାଇବା ସରକାରଙ୍କ ଦାୟିତ୍ୱ: ବିଜେପି

author img

By

Published : May 26, 2022, 9:44 PM IST

ବିଦ୍ୟୁତ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ କରି ବିଦ୍ୟୁତ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ

ବିଜେପି
ବିଜେପି

ଭୁବନେଶ୍ବର: ବିଦ୍ୟୁତ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ କରି ବିଦ୍ୟୁତ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ସୁଲଭ ମୂଲ୍ୟରେ ନୀରବଚ୍ଛିନ୍ନ ବିଜୁଳି ଯୋଗାଇବା ସରକାରଙ୍କ ଦାୟିତ୍ବ: ବିଜେପି

ସତ୍ୟବ୍ରତ କହିଛନ୍ତି ଦେଶରେ ସବୁଠୁ ଅଧିକ କୋଇଲା ଓଡିଶାରେ ଉତ୍ପାଦନ ହେଉଛି । ଚଳିତ ବର୍ଷ 168 ମିଲିୟନ ଟନ କୋଇଲା ଉତ୍ପାଦନ କରି ସାରା ଦେଶରେ ପ୍ରଥମ ହୋଇଛି ଓଡିଶା । ସୁଲଭ ମୂଲ୍ୟରେ ନୀରବଚ୍ଛିନ୍ନ ବିଜୁଳି ଯୋଗାଇବା ରାଜ୍ୟ ସରକାରଙ୍କ ଦାୟିତ୍ବ । କିନ୍ତୁ ଓଡିଶାର ସାଢେ 4 କୋଟି ଜନତାଙ୍କ ଉପରେ ବିଦ୍ୟୁତ ବୋଝ ଲଦି ଦେଇଛନ୍ତି ସରକାର । ସାଧାରଣ ଉପଭୋକ୍ତାଙ୍କ ଉପରେ 137 ପ୍ରତିଶତ ବଢିଛି ବିଦ୍ୟୁତ ଶୁଳ୍କ 111 ପ୍ରତିଶତ ବିଜୁଳି ଅଣୁ ଓ କ୍ଷୁଦ୍ର ଶିଳ୍ପ ଉପରେ ବଢିଛି । 116 ପ୍ରତିଶତ ଶିଳ୍ପ କାରଖାନା ଉପରେ ବଢିଛି ।

ଏଥିପାଇଁ ଓଡିଶାରେ ଶିଳ୍ପ କାରଖାନା ବନ୍ଦ ହେଉଛି । କୃଷି ପାଇଁ ସମୁଦାୟ ବିଦ୍ୟୁତ ବ୍ୟବହାରର ମାତ୍ର ୩ ପ୍ରତିଶତ ବ୍ୟବହାର କରାଯାଉଛି । ଚଳିତ ବର୍ଷ ସବୁଠାରୁ ବଡ କେଳେଙ୍କାରୀ ହେଉଛି ବିଜୁଳି ଦୁର୍ନୀତି । ବିଦ୍ୟୁତ ଶୁଳ୍କର ଅନିୟମିତ ଏବଂ ଜାଣିଶୁଣି ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି କରି ଅଘୋଷିତ ବିଦ୍ୟୁତ କାଟ କରାଯାଉଛି । ଇଲେକ୍ଟ୍ରି ବିଲରେ ତିନୋଟି ସ୍ଲାବ ରହିଥାଏ ଏବଂ ଏନେଇ ଟଙ୍କା ଦର ଧାର୍ଯ୍ୟ କରାଯାଇଛି | ଏଥିରେ ଟାଟା ପାଓ୍ବାର ପକ୍ଷରୁ ବ୍ୟାପକ ଅନିୟମିତତା କରାଯାଉଛି | 50 ୟୁନିଟ ପରିବର୍ତ୍ତେ ଟିପିସିଓଡିଏଲ ତା ଠାରୁ କମ ୟୁନିଟର ବିଲ କରାଯାଉଛି ।

ସେହିଭଳି ଦ୍ବିତୀୟ ସ୍ଲାବ ମଧ୍ୟ ଧାର୍ଯ୍ୟ ୟୁନିଟଠାରୁ କମ ୟୁନିଟରେ ବିଲ କରାଯାଉଛି ଏବଂ ଶେଷ ପର୍ଯ୍ୟାୟରେ ମଧ୍ୟ ଯାହା ଅଧିକ ଦର , ସେଠାରେ ଅଧିକ ୟୁନିଟ ହୋଇଯାଉଛି , ଯାହା ଫଳରେ ଗ୍ରାହକଙ୍କୁ ଅଧିକ 40 ରୁ ଅଧିକ ଟଙ୍କା ଗଣିବାକୁ ପଡୁଛି । ଯଦି ଏହି ହିସାବକୁ ସର୍ବନିମ୍ନ 42 ଟଙ୍କା ଧରାଯାଏ ତେବେ ରାଜ୍ୟରେ 95 ଲକ୍ଷ ଗ୍ରାହକ ରହୁଥିବାରୁ ପ୍ରାୟ ପ୍ରତିମାସରେ ପ୍ରାୟ 40 କୋଟି ଟଙ୍କା ଠକି ନେଉଛି ପ୍ରତି ବିଲ୍‌ରେ ହିତାଧିକାରୀଙ୍କଠାରୁ ଚଂଚକତା କରି ଅଧିକ ୪୦ ଟଙ୍କାରୁ ରାଜ୍ୟ ସରକାରଙ୍କ ଭାଗ କେତେ ? ଅଧିକ ନିଆଯାଉଥିବା ମାସିକ ବିଲ୍ ବଦଳରେ ଦୈନିକ ହାରହାରି ହିସାବ କାରଣରୁ ଏହି ଅସଙ୍ଗତ ଦେଖା ଦେଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

power supply
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.