ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଝଟକା ମିଳିବା ପରେ ଅଧ୍ୟାଦେଶ ସମ୍ପର୍କରେ ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ବିକାଶକୁ କେବେ ବିରୋଧ କରିନାହୁଁ । ଦେଶର ଆଇନ କାନୁନ ଅନୁଯାୟୀ କାମ ହେବା ଆବଶ୍ୟକ । ଦେଶର ସମ୍ବିଧାନ ଅଛି, ଆଇନ ଅଛି । ଯେଉଁ ମାନେ ସେ ଦାୟିତ୍ବ ବହନ କରିଛନ୍ତି ସେମାନେ ଏନେଇ ଚିନ୍ତା କରିବା ଉଚିତ ବୋଲି କହିଛନ୍ତି ।
ସେହିପରି ଦଳୀୟ ମୁଖପାତ୍ର ଦୀଲିପ ମଲ୍ଲିକ କହିଛନ୍ତି ଭାରତ ବର୍ଷର ଆଇନ ବ୍ୟବସ୍ଥା ଯାହା ଅଛି । ହେଲେ ଆଇନ ବ୍ୟବସ୍ଥାରେ ଯାହା ଅଛି ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ରାଜ୍ୟ ସରକାର ମାନୁନାହାନ୍ତି। ରାଜ୍ୟ ସରକାର ସବୁବେଳେ ଚେଷ୍ଟା କରୁଛନ୍ତି ତାଙ୍କ ମନ ଇଚ୍ଛା ଆଇନକୁ ବିରୁଦ୍ଧାଚରଣ କରି ବେଆଇନ ନିର୍ମାଣ ହେଉ । ସରକାରଙ୍କୁ ଯାହା ଭଲ ଲାଗୁଛି ସେ ସେୟା କରୁଛନ୍ତି। ଯାହା ତାଙ୍କ ପ୍ରଚାର ଓ ପ୍ରସାରରେ କରିହେବ ତାହା କରୁଛନ୍ତି । ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଯେତେବେଳେ ଆଇନକୁ ନେଇ ତର୍ଜମା ହେଉଛି ସେତେବେଳେ ରାଜ୍ୟ ସରକାର ପକାଇଥିବା ଛେପକୁ ପୁଣି ଢୋକୁଛନ୍ତି। ବିଜେପି କେବେ ବି ବିକାଶକୁ ବିରୋଧ କରୁନାହିଁ । ପ୍ରଧାନମନ୍ତ୍ରୀ ଓଡିଶାର ବିକାଶ ପାଇଁ ଅଧିକ ଯତ୍ନବାନ । ସବୁ କ୍ଷେତ୍ରରେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ହେଉ କିମ୍ବା ଶ୍ରୀମନ୍ଦିର ପାଇଁ ହେଉ। ଦୁର୍ଭାଗ୍ୟବଶତଃ ମନ୍ଦିର ପାଇଁ ଯାହା ଆଇନ ଅଛି ତାକୁ ମାନି ରାଜ୍ୟ ସରକାର କାର୍ଯ୍ୟ କରନ୍ତୁ ବୋଲି ବିଜେପି ମୁଖପାତ୍ର ଦୀଲିପ ମଲ୍ଲିକ କହିଛନ୍ତି।
ଭୁବନେଶ୍ବରରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ