ETV Bharat / city

ବିକ୍ରମ ଆରୁଖଙ୍କ ନାଁରେ ସ୍ବାଧୀକାର ଆଇନ ଭଙ୍ଗ ନୋଟିସ ପାଇଁ ବିଜେପିର ଦାବି - ବିଜେପିର ସ୍ବାଧୀକାର ଆଇନ ଭଙ୍ଗ ନୋଟିସ ଦାବି

ପରୀ ହତ୍ୟା ଘଟଣାରେ SIT ଗଠନ କୋର୍ଟ ଦ୍ବାରା ମନିଟର ହେଉଥିବା ମିଛ ବିଧାନସଭାରେ କହିଥିବା ହେତୁ ବିକ୍ରମ ଆରୁଖଙ୍କ ନାଁରେ ସ୍ବାଧୀକାର ଆଇନ ଭଙ୍ଗ ନୋଟିସ ଆଣିବାକୁ ବିଜେପି ଦାବି କରିଛି । ଅଧିକ ପଢନ୍ତୁ...

BJP demands breach of privilege notice in the name of Minister Bikram Arukh
ବିକ୍ରମ ଆରୁଖଙ୍କ ନାଁରେ ସ୍ବାଧୀକାର ଆଇନ ଭଙ୍ଗ ନୋଟିସ ଆଣିବାକୁ ବିଜେପିର ଦାବି
author img

By

Published : Jan 15, 2021, 5:39 PM IST

ଭୁବନେଶ୍ବର: ନୟାଗଡ଼ ନାବାଳିକା ହତ୍ୟାଘଟଣାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । SIT ଗଠନ କୋର୍ଟ ଦ୍ବାରା ମନିଟର ହେଉନାହିଁ ବୋଲି ଆରଟିଆଇ ତଥ୍ୟ ଆଧାରରୁ ସୂଚନା ମିଳିଛି । ଏହି ସମ୍ପର୍କରେ ବିଧାନସଭାରେ ମିଥ୍ୟା ତଥ୍ୟ ଦେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖଙ୍କ ନାଁରେ ସ୍ବାଧିକାର ଆଇନ ଭଙ୍ଗ ନୋଟିସ ଆଣିବାକୁ ବିଜେପି ଦାବି କରିଛି ।

ବିକ୍ରମ ଆରୁଖଙ୍କ ନାଁରେ ସ୍ବାଧୀକାର ଆଇନ ଭଙ୍ଗ ନୋଟିସ ଆଣିବାକୁ ବିଜେପିର ଦାବି

ପରୀ ହତ୍ୟାକାଣ୍ଡ ଓ ଅଙ୍ଗ ତସ୍କରୀରେ ସମ୍ପୃକ୍ତ ଥିବା ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚାଇବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ସରକାର ଏଭଳି ମିଛକୁ ବିଜେପି ଭର୍ତ୍ସନା କରିଛି ବୋଲି ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ତେବେ ବିଧାନସଭାରେ ମଧ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ SIT ଗଠନ କୋର୍ଟ ଦ୍ବାରା ମନିଟର ହେଉଛି ବୋଲି କହିଥିଲେ । ଏହା ବର୍ତ୍ତମାନ ମିଛ ପ୍ରମାଣିତ ହେବା ପରେ ବିଧାନସଭାରେ ମିଥ୍ୟା ବୟାନ ଦେଇଥିବାରୁ ତାଙ୍କ ବିରୋଧରେ ସ୍ବାଧିକାର ଆଇନ ଭଙ୍ଗ ନୋଟିସ ଆଣିବା ପାଇଁ ସେ ଦାବି କରିଛନ୍ତି ।

ଏହାଦ୍ବାରା ସରକାର ପ୍ରକୃତ ଦୋଷୀକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ଏ ସମ୍ପର୍କରେ ଡିଜିପି ମଧ୍ୟ ମିଛ କହିଛନ୍ତି । ଏଣୁ ଶାସକ ଦଳର ସାଂସଦ, ମନ୍ତ୍ରୀ, ନେତା ଓ ମୁଖପାତ୍ର ବାରମ୍ବାର ଏହି ମିଛ କହି ଆସିଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲେଖାଶ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.