ETV Bharat / city

ପୁରୀରେ ହେବ ବିଜେପିର ପ୍ରଶିକ୍ଷଣ ଶିବିର, ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ - ବିଜେପି ପ୍ରଶିକ୍ଷଣ ଶିବିର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

2024 ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ସଜବାଜ ଆରମ୍ଭ କରିଛି ବିଜେପି(BJP executive meeting to be held at Puri) । କେନ୍ଦ୍ରରେ ଥିବା ବିଜେପି ଏବେ ଓଡ଼ିଶା ମୁହାଁ ହୋଇଥିବା ଅନୁମାନ କରୁଛନ୍ତି ରାଜନୈତିକ ସମୀକ୍ଷକ । ଅଧିକ ପଢ଼ନ୍ତୁ

BJP executive meeting to be held at Puri said Golak Bihari Mohapatra
ପୁରୀରେ ହେବ ବିଜେପିର ପ୍ରଶିକ୍ଷଣ ଶିବିର, ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ
author img

By

Published : Sep 11, 2022, 9:14 PM IST

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି ବିରୋଧୀ ବିଜେପି । ଏହାରି ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ପ୍ରଭାରୀ ସୁନୀଲ ବଂଶଲ ଓ ଅନ୍ୟ ୭ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ କରି ଫେରିଛନ୍ତି । କେନ୍ଦ୍ରରେ ଥିବା ବିଜେପି ଏବେ ଓଡ଼ିଶା ମୁହାଁ ହୋଇଥିବା ଅନୁମାନ କରୁଛନ୍ତି ରାଜନୈତିକ ସମୀକ୍ଷକ (BJP executive meeting to be held at Puri)। ଏଭଳି ଆଲୋଚନା ମଧ୍ୟରେ ପୁରୀରେ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର ଆୟୋଜନ ହେବ । ଏହାକୁ ନେଇ ସୂଚନା ପ୍ରଦାନ କରିଛନ୍ତି ଗୋଲକ ବିହାରି ମହାପାତ୍ର ।

ପୁରୀରେ ହେବ ବିଜେପିର ପ୍ରଶିକ୍ଷଣ ଶିବିର, ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ

ସେପଟେ ଆସନ୍ତା ୧୩, ୧୪ ଓ ୧୫ ତାରିଖରେ ପୁରୀରେ ହେବ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିବେ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ବିହାରୀ ମହାପାତ୍ର ଅଧିକ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, "ଆଗାମୀ ୧୩, ୧୪ ଓ ୧୫ ତାରିଖରେ ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିର ଆୟୋଜନ ହେବ । ଏହା ଏକ ଦଳୀୟ କାର୍ଯ୍ୟକ୍ରମ । ଆଗରୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ହୋଇ ଆସିଛି । ଆଗକୁ ୨୦୨୪ ନିର୍ବାଚନ ଥିବାରୁ ବର୍ତ୍ତମାନ ଏହି ଶିବିର ଆୟୋଜନ କରାଯାଇଛି । ୨୦୨୪ରେ କିଭଳି ବିଜୟ ହାସଲ କରିବୁ ତାହାକୁ ନେଇ ଆଲୋଚନା ହେବ । ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବାକୁ ଥିବା ବେଳେ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ତାସହିତ ଏଥିରେ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ ଉପସ୍ଥିତ ରହିବେ । ଅନେକ ବିଷୟରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହେବ ।"

ଏହା ମଧ୍ୟ ପଢ଼ନ୍ତୁ: ବିଜେପିର ମିଶନ ୨୦୨୪: ଅଙ୍କ କସିଲେ ପ୍ରଭାରୀ ସୁନୀଲ ବଂଶଲ

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରର ନେତୃ ମଣ୍ଡଳୀ, ବିଧାନସଭା ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଯୋଗଦାନ କରିବେ । 2024 ନିର୍ବାଚନ ପାଖେଇ ଆସୁଛି । ଏଥିପାଇଁ ଏହି ଶିବିର ଗୁରୁତ୍ବ ବହନ କରିବ । ଏହି ନିର୍ବାଚନକୁ ପ୍ରଭାବିତ କଲାଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ । ସେପଟେ କେନ୍ଦ୍ର ସରକାରାଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁନଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ।

ସୂଚନାଥାଉକି, ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଚଳିତମାସ ପ୍ରଥମ ସପ୍ତାହରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ରାଜ୍ୟ ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସେପ୍ଟେମ୍ବର ୧୩, ୧୪ ଏବଂ ୧୫ରେ ପୁରୀରେ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର ହେବା ନେଇ ସ୍ଥିର ହୋଇଥିଲା । ରାଜ୍ୟ ପ୍ରଭାରୀଙ୍କ ଓଡିଶା ଗସ୍ତ ଅବସରରେ ଅନୁଷ୍ଠିତ ବିଜେପିର କୋର କମିଟି ଏବଂ ରାଜ୍ୟ ବୈଠକରେ ତିନି ମାସିଆ ଖସଡ଼ା ପ୍ରସ୍ତୁତ ହୋଇଥିଲା । ଓଡ଼ିଶାରେ ମିଶନ ୨୦୨୪ ସଫଳ ହେବା ନେଇ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.