ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଦର ହ୍ରାସ ନେଇ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଦାବି କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, ଗତ 6 ମାସ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ, ଡିଜେଲ ଦର କେତେ ବଢ଼ିଲାଣି ତାହା ବିଜେପି ନେତାଙ୍କୁ ଦେଖାଯାଉନି । ଏହା ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ ବଢ଼ିଗଲାଣି । ଫଳରେ ସାଧାରଣ ଲୋକ ସମସ୍ୟାରେ ପଡୁଛନ୍ତି । କେନ୍ଦ୍ର ସରକାର ପ୍ରଥମେ ପେଟ୍ରୋଲ ଡିଜେଲ ଦର କମାନ୍ତୁ ।
ଏନେଇ ରାଜ୍ୟ ବିଜେପି ନେତା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାନ୍ତୁ । ପେଟ୍ରୋଲ, ଡିଜେଲ ତୁଳନାରେ ବିଦ୍ୟୁତ ସ୍ବଳ୍ପ ବଢ଼ିଛି । ପ୍ରଥମେ ପେଟ୍ରୋଲ ଡିଜେଲ ଦର ନିୟନ୍ତ୍ରଣକୁ ଆଣନ୍ତୁ । ତାପରେ ବିଦ୍ୟୁତ ଦର କଥା କହିବେ ବୋଲି ବିଜେପି ପକ୍ଷରୁ ଦୃଢୋକ୍ତି ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ