ETV Bharat / city

ନୂଆ ଭୋଟରଙ୍କୁ ପୌର ନିର୍ବାଚନରେ ସାମିଲ କରାଯାଉ: ବିଜେପି

author img

By

Published : Feb 5, 2022, 8:04 PM IST

ପୌର ନିର୍ବାଚନରେ ନୂଆ ଭୋଟରଙ୍କୁ ସାମିଲ କରିବା ପାଇଁ ଦାବି କରିଛି ବିଜେପି । ଅଧିକ ପଢନ୍ତୁ

ନୂଆ ଭୋଟରଙ୍କୁ ପୌର ନିର୍ବାଚନରେ ସାମିଲ କରାଯାଉ: ବିଜେପି
ନୂଆ ଭୋଟରଙ୍କୁ ପୌର ନିର୍ବାଚନରେ ସାମିଲ କରାଯାଉ: ବିଜେପିନୂଆ ଭୋଟରଙ୍କୁ ପୌର ନିର୍ବାଚନରେ ସାମିଲ କରାଯାଉ: ବିଜେପି

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । କମିଶନ ମ୍ୟୁନିସିପାଲ କର୍ପୋରେସନ ଆଇନ ଉଲ୍ଲଙ୍ଘନ କରିଥିବା ନେଇ ବିଜେପି ଅଭିଯୋଗ କରିଛି । ପୌର ନିର୍ବାଚନ ପାଇଁ ଦାବି, ଆପତ୍ତିର ସମୟ ପାଇଁ ଥିବା ଆଇନର ଉଲ୍ଲଙ୍ଘନ କରି ବିଜେଡିକୁ ସୁହାଇଲା ଭଳି ନିର୍ବାଚନ କମିଶନ ଦିନ ସ୍ଥିର କରିଛନ୍ତି ।

ନୂଆ ଭୋଟରଙ୍କୁ ପୌର ନିର୍ବାଚନରେ ସାମିଲ କରାଯାଉ: ବିଜେପି

କର୍ପୋରେସନ ଆକ୍ଟ ଅନୁସାରେ ଦାବି, ଆପତ୍ତି ପାଇଁ ୧୦ ଦିନ ସମୟ ରହିବା ଦରକାର । ହେଲେ ନିର୍ବାଚନ କମିଶନ ସମୟର ଅବଧିକୁ ୬ ଦିନ କରିଛନ୍ତି । ଏହାସହ ଦାବି ଆପତ୍ତିର ଫଇସଲା ପାଇଁ ଆଇନରେ ୩ ଦିନ ଥିବା ବେଳେ ମାତ୍ର ଗୋଟିଏ ଦିନ ରଖାଯାଇଛି ବୋଲି ବିଜେପି କହିଛି । ସେହିପରି ୧୮ ବର୍ଷ ବୟସ ହୋଇଥିବା ନୂଆ ଭୋଟରଙ୍କୁ ରାଜ୍ୟ ନିର୍ବାଚନ କମିଶନ ଭୋଟ ଦାନରୁ ବଞ୍ଚିତ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

ତେଣୁ ନିର୍ବାଚନ କମିଶନ ବିଜେଡିର ବଚସ୍କର ନ ହୋଇ ଆଇନ ଅନୁସାରେ କାମ କରନ୍ତୁ ଏବଂ ବିଜ୍ଞପ୍ତିକୁ ବାର୍ଯ୍ୟାପ୍ତ କରି ନୂଆ ବିଜ୍ଞପ୍ତି ପ୍ରକାଶ କରନ୍ତୁ । ଏହାସହ ନୂଆ ଭୋଟରଙ୍କୁ ପୌର ନିର୍ବାଚନରେ ସାମିଲ କରନ୍ତୁ ବୋଲି ଦାବି କରିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.