ETV Bharat / city

ସୀମା ବିବାଦ ପ୍ରସଙ୍ଗ; ଗୃହରେ ସର୍ବଦଳୀୟ କମିଟି ଦାବି କଲା ବିଜେପି - ବିଧାନସଭାରେ ସୀମା ବିବାଦ ପ୍ରସଙ୍ଗ

ଶୋଡଷ ବିଧାନସଭା ପଞ୍ଚମ ଅଧିବେଶନର ଷଷ୍ଠ ଦିବସରେ ଦେଖିବାକୁ ମିଳିଲା ସୀମା ପ୍ରସଙ୍ଗ ଦାବି । ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ କରାଯାଉଥିବା ବିଭାଗୀୟ ଅଧିକାରୀ କହିଛନ୍ତି । ସେପଟେ ସର୍ବଦଳୀୟ କମିଟି କରି କରିବାକୁ ତୁରନ୍ତ ସମାଧାନ କରିବାକୁ ବିଜେପି ଦାବି ରଖିଛି । ଅଧିକ ପଢନ୍ତୁ...

ସୀମା ବିବାଦରେ ସର୍ବଦଳୀୟ କମିଟି କରିବାକୁ ବିଜେପିର ଦାବି

author img

By

Published : Nov 25, 2020, 2:25 PM IST

ଭୁବନେଶ୍ବର: ଆଜି ବିଧାନସଭାରେ ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ବିରୋଧୀଙ୍କ ମୁଲତବୀ ନୋଟିସ ପରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଭାଗୀୟ ମନ୍ତ୍ରୀ ସୀମା ବିବାଦକୁ ସ୍ବୀକାର କରିବା ସହ ସମାଧାନ ଲାଗି ପ୍ରୟାସ କରାଯାଉଥିବା କହିଛନ୍ତି । ବିଜେପି ସର୍ବଦଳୀୟ କମିଟି କରିବାକୁ ବିଜେପି ଦାବି ରଖିଛି । ସେପଟେ କଂଗ୍ରେସକୁ ସଂକ୍ଷିପ୍ତ ସମୟରେ ସାରିବାକୁ କହିବାରୁ କକ୍ଷତ୍ୟାଗ କରିଛନ୍ତି ବିଧାୟକ ଦଳ ନେତା ।

ସୀମା ବିବାଦ ପ୍ରସଙ୍ଗରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଉତ୍ତର ରଖିଥିଲେ । ସେ କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ରହିଛି ବୋଲି ସ୍ବୀକାର କରିଥିଲେ । ଆପୋଷ ବୁଝାମଣା ସହ ସୀମା ଚିହ୍ନଟ କରାଯାଉଛି । ଜିଲ୍ଲାପାଳ ଓ ଆରଡିସିଙ୍କ ତତ୍ତ୍ବାବଧାନରେ ସମାଧାନ ପାଇଁ ପ୍ରୟାସ ଜାରି ରହିଛି । 21ଟି ଗାଁରେ ସମସ୍ୟା ରହିଛି । ବାଲେଶ୍ବର ଓ ପଶ୍ଚିମବଙ୍ଗର 9ଟି ଗାଁରେ ଲାଗିଛି ବିବାଦ । ପ୍ରଶାସନିକ ସ୍ତରରେ ଏକ କମିଟି ମାଧ୍ୟମରେ କରାଯାଉଛି ସମାଧାନ । ଝାଡଖଣ୍ଡ ସହିତ ମଧ୍ୟ ଓଡିଶାର କିଛି ସହ ଜିଲ୍ଲାର ବିବାଦ ରହିଛି। ତେବେ ସମୟପଚିତ ପଦକ୍ଷେପ ପାଇଁ ସେମିତି କିଛି ବଡ ଧରଣର ସମସ୍ୟା ଉପୁଜିନି।

ସେପଟେ, ଏହି ପ୍ରସଙ୍ଗରେ ସରକାର ତୁରନ୍ତ ସମାଧାନ କରିବାକୁ ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ ସହିତ ରହିଛି ଓଡିଶାର ସୀମା ବିବାଦ । କୋରାପୁଟରେ 21, ଗଜପତିରେ 16 ଗାଁ ସହିତ ରହିଛି ବିବାଦ । ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଥିଲେ ମଧ୍ୟ ସମାଧାନ ହେଉନି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିବ । ଗୃହରେ ସୀମା ବିବାଦ ପ୍ରସଙ୍ଗରେ ଭାଗ ଏଭଳି ବିବୃତ୍ତି ରଖିଥିଲେ । ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ବାଲେଶ୍ବର ଓ ଭଦ୍ରକରେ ଅନୁପ୍ରବେଶ କରୁଛନ୍ତି । ଏହି ପ୍ରସଙ୍ଗର ସମାଧାନ ପାଇଁ ସର୍ବଦଳୀୟ କମିଟି କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

ସୀମା ବିବାଦରେ ସର୍ବଦଳୀୟ କମିଟି କରିବାକୁ ବିଜେପିର ଦାବି

ଅନ୍ୟପଟେ, ମୁଲତବୀ ଆଲୋଚନା ବେଳେ କକ୍ଷତ୍ୟାଗ କରିଥିଲେ କଂଗ୍ରେସ ବିଧାୟକଦଳ ନେତା । ସଂକ୍ଷିପ୍ତ ସମୟରେ ସାରିବାକୁ ବାଚସ୍ପତି କହିବାରୁ କକ୍ଷତ୍ୟାଗ କଲେ ନରସିଂହ ମିଶ୍ରଙ୍କ ସମେତ ଅନ୍ୟାନ ସଦସ୍ୟ । ବିଜେପି ସଦସ୍ୟ ଙ୍କୁ କାହିଁକି ଅଧିକ ଓ କଂଗ୍ରେସକୁ କମ ସମୟ ଦିଆଗଲା ସେନେଇ ପ୍ରଶ୍ନ କରିଥିଲେ ନରସିଂହ ମିଶ୍ର ।

ଆଜି ବିଧାନସଭାର ଷଷ୍ଠ ଦିବସ ଗୃହ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଗୃହରେ ନୀଳାଚଳ ଇସ୍ପାତ ନିଗମ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ଜଟଣୀ ବିଧାୟକ ସୁରେଶ ରାଉତରାୟ । ତୁରନ୍ତ ଏହାକୁ ଚଲେଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ପଦକ୍ଷେପ ନେବାକୁ କହିଛନ୍ତି । ଶିଳ୍ପାୟନକୁ ନେଇ ବିଜୁ ବାବୁ ଦେଖିଥିବା ସ୍ବପ୍ନକୁ ନବୀନ ବାବୁ ପୂରଣ କରନ୍ତୁ ବୋଲି ସୁର କହିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.