ETV Bharat / city

ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ, ଚିକିଟି NACରେ ରିପୋଲିଂ ଦାବି

author img

By

Published : Mar 25, 2022, 9:17 PM IST

ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ । ଚିକିଟି NACରେ ଭୋଟିଂ ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ଦଳ । ଅଧିକ ପଢ଼ନ୍ତୁ

ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ପ୍ରତିନିଧି ମଣ୍ଡଳ; ଚିକିଟି NACରେ ରି-ପୋଲିଂ ଦାବି

ଭୁବନେଶ୍ବର: ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ । ଉପ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ନିର୍ବାଚନ ଅୟୋଗଙ୍କ ଦ୍ୱାରସ୍ଥ ହୋଇଛି ଦଳ । ଚିକିଟି NACରେ ଭୋଟିଂ ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ଦଳ । ତୁରନ୍ତ ଚିକିଟି NACର ନିର୍ବାଚନକୁ ଅବୈଧ ଘୋଷଣା କରିବାକୁ ଦାବି କରିଛି ବିଜେପି ।

ଏହା ସହ ସେଠାରେ ରିପୋଲିଂ ପାଇଁ ଦାବି କରିଛି ଦଳ । ନିର୍ବାଚନ ଆୟୋଗଙ୍କୁ ଭେଟିବା ପରେ ଭୃଗୁ କହିଛନ୍ତି ଯେ, "ପୌର ନିର୍ବାଚନରେ ବିଜେଡିର ହିଂସା ସୀମା ଟପିଛି । ପଞ୍ଚାୟତ ନିର୍ବାଚନରେ ଚିକିଟିରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଗତକାଲି ପୌର ନିର୍ବାଚନରେ ଚିକିଟିରେ ଶେଷ ହୋଇଛି । ଚିକିଟି NACର 12ଟି ୱାର୍ଡର 13ଟି ବୁଥରେ ବିଜେଡି ବୁଥ ରିଗିଂ କରିଛି । ବିରୋଧୀ ଦଳର ସବୁ ଏଜେଣ୍ଟଙ୍କୁ ବାହାର କରିଦେଇ ମତଦାନ କରିଛି ବିଜେଡି । ଏନେଇ ନିର୍ବାଚନ କମିଶନଙ୍କୁ ପ୍ରମାଣ ଦିଆଯାଇଛି ।"

ଘର ଭିତରେ ପ୍ରବେଶ କରି ବିଜେପି ନେତାଙ୍କୁ ଆକ୍ରମଣ କରାଯାଇଛି । ଏଣୁ ଚିକିଟି NAC ନିର୍ବାଚନକୁ ଅବୈଧ ଘୋଷଣା କରନ୍ତୁ ନିର୍ବାଚନ କମିଶନ । ଏଠାରେ ରି-ପୋଲିଂ କରିବାକୁ ଦାବି କରିଛି ବିଜେପି । ଖାଲି ସେତିକି ନୁହେଁ କେ. ନୂଆଗାଁ ଥାନା ଅଧିକାରୀ ମୃତ୍ୟଞ୍ଜୟ ସ୍ବାଇଁଙ୍କୁ ବିଜୁ ଜନତା ଦଳର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.