ETV Bharat / city

'ପୌର ନିର୍ବାଚନରେ ହାରିଯିବା ଭୟରେ ନିର୍ବାଚନ ବିଳମ୍ବ କରୁଛନ୍ତି ରାଜ୍ୟ ସରକାର' - ପୌର ନିର୍ବାଚନ ଡେରି ପାଇଁ ବିଜେପି ଅସନ୍ତୋଷ

ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ନେଇ ତାତିଲା ବିଜେପି । ନିର୍ବାଚନରେ ରାଜ୍ୟ ସରକାର ହାରି ଯିବେ ବୋଲି ସନ୍ଦେହ କରୁଛନ୍ତି । ସେଥିପାଇଁ ଜାଣିଶୁଣି ନିର୍ବାଚନକୁ ବିଳମ୍ବ କରୁଛନ୍ତି ବୋଲି କହିଲେ ବିଜେପି ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର । ଅଧିକ ପଢନ୍ତୁ...

'ପୌର ନିର୍ବାଚନରେ ହାରି ଯିବା ଭୟରେ ନିର୍ବାଚନ ବିଳମ୍ବ କରୁଛନ୍ତି ରାଜ୍ୟ ସରକାର'

author img

By

Published : Aug 26, 2021, 10:49 PM IST

ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ନେଇ ତାତିଲା ବିଜେପି । ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ନିର୍ବାଚନ ବିଳମ୍ବ କରୁଛନ୍ତି । ପ୍ରଥମେ ପୌର ନିର୍ବାଚନ ହେବା ଦରାକର । ମାତ୍ର ତାହା ହେଉନାହିଁ । ସାଢେ ୩ ବର୍ଷ ବିଳମ୍ବ ହୋଇସାରିଲାଣି । 50 ପ୍ରତିଶତ କ୍ୟାପକୁ ଆଖି ଆଗରେ ରଖି ପୌର ନିର୍ବାଚନ ଆଗ କରିବା କଥା । ହେଲେ ଏହି ନିର୍ବାଚନ ନ କରି ପଞ୍ଚାୟତ ନିର୍ବାଚନରେ 50 ପ୍ରତିଶତ କ୍ୟାପକୁ କରି ନୂଆ ଆଇନରେ ସଂଶୋଧନ ଆଣିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସରକାରୀ ଦଳ ସମ୍ପୂର୍ଣ୍ଣ ଆଇନ ତଥା ପଞ୍ଚାୟତ ବ୍ୟବସ୍ଥାକୁ ଭଣ୍ଡୁର କରିବା ପାଇଁ ସମସ୍ତ ଅପଚେଷ୍ଟା କରିଛନ୍ତି । ଏଭଳି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର ।

'ପୌର ନିର୍ବାଚନରେ ହାରି ଯିବା ଭୟରେ ନିର୍ବାଚନ ବିଳମ୍ବ କରୁଛନ୍ତି ରାଜ୍ୟ ସରକାର'

ଭୃଗୁବକ୍ସି ପାତ୍ର କହିଛନ୍ତି, ପୌର ନିର୍ବାଚନ ସମ୍ପର୍କରେ ସରକାର କିଛି କହୁନାହାନ୍ତି । ଯେତେବେଳେ କି ପୌର ନିର୍ବାଚନ ଗତ 3 ବର୍ଷ ଧରି ବନ୍ଦ ଅଛି । ପଞ୍ଚାୟତ ନିର୍ବାଚନ ତା' ସମୟରେ ହେବ । 50 ପ୍ରତିଶତ କ୍ୟାପ ରଖିବା ପାଇଁ ସୁପ୍ରିମକୋର୍ଟ ଆଗରୁ କହିସାରିଛନ୍ତି । ତେଣୁ ସରକାର କରିବା ପାଇଁ ବାଧ୍ୟ ହେବେ । ଏଥିରେ କୌଣସି ନୂଆ କଥା ନାହିଁ । କିନ୍ତୁ ଅନ୍ତତଃପକ୍ଷେ ପୌର ନିର୍ବାଚନର ପ୍ରକ୍ରିୟା ସରକାର ଆଗ ଆରମ୍ଭ କରିବା କଥା । କିନ୍ତୁ ରାଜ୍ୟ ସରକାରଙ୍କର ସନ୍ଦେହ ଅଛି ଯେ ପୌର ନିର୍ବାଚନରେ ସେମାନେ ସଫଳ ହେବେ ନାହିଁ । ପରାଜୟ ହେବ । ତେଣୁ ପଞ୍ଚାୟତ ନିର୍ବାଚନର ଆଳ ଦେଖାଇ ପୌର ନିର୍ବାଚନକୁ ଆଗକୁ ନେବାକୁ ସରକାର ଏ ପ୍ରକାର ଅପଚେଷ୍ଟା କରୁଛନ୍ତି । ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ସମସ୍ତ ପ୍ରକାର ନିର୍ବାଚନକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଗୋଟିଏ ବାଟ ବାହାର କରୁଛନ୍ତି ବୋଲି ଭୃଗୁବକ୍ସି ଅଭିଯୋଗ କରିଛନ୍ତି ।

ଆସନ୍ତା 6 ମାସ କିମ୍ବା 8 ମାସ ଭିତରେ ନିର୍ବାଚନର ନୂଆ ଆଇନ ଯଦି ଆସିବ, ତାର ପୁରା ପ୍ରକ୍ରିୟା ଶେଷ ହେବା ପାଇଁ 6 ମାସରୁ ଅଧିକ ସମୟ ଲାଗିଯିବ । ତେବେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ ଭାବେ କରାଯିବା ନେଇ ବିଜେପି ଆଶା ପ୍ରକଟ କରିଛି । ବିଜେପି କୋର୍ଟକୁ ଯିବା ପ୍ରସଙ୍ଗରେ ଭୃଗୁ କହିଛନ୍ତି, ଏହାର କାରଣ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ପୌର ନିର୍ବାଚନ ନ ହେବା ଦ୍ୱାରା ସାଢେ 3 ବର୍ଷ ଧରି ପ୍ରଶାସନିକ ଅଧିକାରୀମାନେ ପୁରା ବ୍ୟବସ୍ଥା ଚଳାଇଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ଆସୁଥିବା ସମସ୍ତ ବିକାଶମୂଳକ ଅର୍ଥକୁ ନିଜେ ନିୟନ୍ତ୍ରଣ କରିବା ପାଇଁ ଏବଂ ଅଫିସରମାନଙ୍କ ଦ୍ୱାରା ପରିଚାଳନା କରିବା ପାଇଁରାଜନୈତିକ ଉଦ୍ଦେଶ୍ୟ ରଖି 3 ବର୍ଷ ଧରି ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି । ବିଜେପି ଏହାର ଆଇନଗତ ଲଢେଇ କରିବ ବୋଲି କହିଛନ୍ତି ଭୃଗୁବକ୍ସି ପାତ୍ର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.